କନକ ବ୍ୟୁରୋ: ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଏବେ କମିବାରେ ଲାଗିଛି । ସୋମବାର ଦେଶରେ ୩୪,୭୦୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହା ଗତ ୧୧୧ ଦିନରେ ଭିତରେ ସବୁଠାରୁ କମ୍ । ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ୫୫୩କୁ ଖସିଛି । ଏହାରି ସହିତ ଦେଶରେ ଦୈନିକ ସଂକ୍ରମଣ ହାର ୯୭.୧୭ପ୍ରତିଶତ ରହିଛି ।

Advertisment

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ରିପୋର୍ଟ ଅନୁସାରେ  ଗତ  ୨୪  ଘଣ୍ଟାରେ  

  • ୩୪,୭୦୩ ଆକ୍ରାନ୍ତ ଓ ୫୫୩ ମୃତ୍ୟୁ ହୋଇଛନ୍ତି
  • ୫୧,୮୬୪ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ  ହୋଇଛନ୍ତି
  • ଦେଶରେ ଏବେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୩,୦୬,୧୯,୯୩୨
  • ଦେଶରେ ମୋଟ ସୁସ୍ଥ ସଂଖ୍ୟା ୨,୯୭,୫୨,୨୯୪
  • ସକ୍ରିୟ ରୋଗୀ ସଂଖ୍ୟା ୪,୬୪,୩୫୭
  • ମୋଟ ମୃତ୍ୟୁ ସଂଖ୍ୟା ୪,୦୩,୨୮୧

ସେପଟେ କରୋନାର ଦ୍ୱିତୀୟ ଲହର ଶେଷ ନହେଉଣୁ ଦେଶରେ ତୃତୀୟ ଲହର ନେଇ ଆଶଙ୍କା ଦେଖାଦେଲାଣି । ଏସବିଆଇର ଏକ ରିପୋର୍ଟ ଅନୁସାରେ ଆସନ୍ତା ଅଗଷ୍ଟ ମାସରେ ଦେଶରେ କରୋନାର ତୃତୀୟ ଲହର ଆସିପାରେ ଏବଂ ଏହା ସେପ୍ଟେମ୍ବର ମାସରେ ପିକ୍ ନେଇପାରେ । ଏସବିଆଇର ଗ୍ରୁପ୍ ଚିଫ୍ ଆଡଭାଇଜର ସୌମ୍ୟକାନ୍ତି ଘୋଷ କହିଛନ୍ତି ଦେଶରେ ଜୁଲାଇ ଦ୍ୱିତୀୟ ସପ୍ତାହରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ ସଂଖ୍ୟା ରହୁଛି । ଆଉ ଅଗଷ୍ଟ ମାସରେ ଏହା ଆହୁରି ବଢିବ । ସେପ୍ଟେମ୍ବର ମାସରେ ଏହି ସଂକ୍ରମଣ ପିକରେ ପହଁଚିବ । ଐତିହାସିକ ଅନୁଧ୍ୟାନକୁ ଆଧାର କରି ଏପରି ଆକଳନ କରାଯାଉଥିବା ଏସବିଆଇ ତରଫରୁ କୁହାଯାଇଛି ।  କରୋନା ମହାମାରୀ ସହ ଲଢେଇ ପାଇଁ ଟୀକା ହିଁ ସବୁଠାରୁ ଶ୍ରେଷ୍ଠ ଅସ୍ତ୍ର ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି । ଭାରତରେ ମହାଟୀକାକରଣ ଅଭିଯାନ ଜୋର ସୋରରେ ଆଗେଇ ଚାଲିଛି ।