କନକ ବ୍ୟୁରୋ : ନୂଆପଡାରେ ନବୀନ । ହେଲିକପ୍ଟର ଯୋଗେ ନୂଆପଡାରେ ପହଞ୍ଚିବା ପରେ ବହୁ ପ୍ରତୀକ୍ଷିତ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତିଖାଲି ଡ୍ୟାମର ଉଦଘାଟନ କରିଛନ୍ତି ନବୀନ ।
କରୋନା ପରେ ନୂଆପଡାକୁ ବଡ ଭେଟି ଦେବେ ନବୀନ । ରାଜ୍ୟ ସରକାର ଶ୍ରମ ବିକାଶକୁ ଗୁରୁତ୍ୱ ଦେଉଥିବାରୁ ପ୍ରାୟ ୪ ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିପାରନ୍ତି ନବୀନ । ପଛୁଆ ଜିଲ୍ଲାକୁ ଆଗକୁ ଆଣିବା ପାଇଁ ସରକାର ବିଭିନ୍ନ ଯୋଜନା ହାତକୁ ନେଇଛନ୍ତି । ସେହିକ୍ରମରେ ଏକାଧିକ ପ୍ରକଳ୍ପର ଉଦଘାଟନ ସହ ଶିଳାନ୍ୟାସ କରିବେ ନବୀନ । ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବ ମଧ୍ୟ ଉପସ୍ଥିତ ରହିଛନ୍ତି ।