ବାଲେଶ୍ୱର ଭୋଗରାଇ ଶ୍ରଦ୍ଧାପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର କାମରେ ଚଞ୍ଚକତା ! ଠିକା ସଂସ୍ଥା ସାଙ୍ଘାତିକ ଠକୁଥିବା ଅଭିଯୋଗ ।

347

କନକ ବ୍ୟୁରୋ: ଚାଲିଛି ସ୍ୱାସ୍ଥ୍ୟକେନ୍ଦ୍ର କାମ । ହେଲେ ନିମ୍ନ ମାନର ହେଉଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ବାଲେଶ୍ୱର ଭୋଗରାଇ ଶ୍ରଦ୍ଧାପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର କାମ କରାଯାଉଛି । ହେଲେ ଲୋକଙ୍କ ଆଖିରେ ଧୂଳି ଦେଇ ଚଞ୍ଚକତା କରାଯାଉଥିବା ଅଭିଯୋଗ ହୋଇଛି । ଠିକା ସଂସ୍ଥା କାମ ଆରମ୍ଭରୁ ଠକୁଥିବା ବେଳେ ଏବେ ଛାତ ପଡିବା ସମୟରେ ଖସି ଯିବାକୁ ବସିଛି । ସ୍ୱାସ୍ଥ୍ୟକେନ୍ଦ୍ର କାମ ପାଇଁ ୨କୋଟି ଟଙ୍କା ମଞ୍ଜୁର କରାଯାଇଛି । ବିହାରର ଏକ ଠିକା ସଂସ୍ଥା ଦାୟିତ୍ୱ ନେଇ ଏକ ବର୍ଷ ପୂର୍ବରୁ କାମ ଆରମ୍ଭ କରିଥିଲେ । ହେଲେ ବିଭିନ୍ନ ସ୍ଥାନରୁ କଂକ୍ରିଟ ଖସିଯାଇଥିବା ବେଳେ ମାପଚୁପରେ ମଧ୍ୟ ଭୁଲ ଭାଲ ହୋଇଥିବା ଅଭିଯୋଗ ହୋଇଛି । ଘଟଣାର ପୂରା ଯାଞ୍ଚ କରାଯାଇ ଛାତ ଢଳେଇ ସଠିକ୍ ଭାବେ କରାଯିବା ସହ ଉପରିସ୍ଥ ଅଧିକାରୀ ତଦନ୍ତ କରନ୍ତ ବୋଲି କହିଛନ୍ତି ଲୋକେ ।

ସ୍ଥାନୀୟ ଲୋକଙ୍କ ବିରୋଧ ହେଉଥିବାରୁ ପୁଣି ଥରେ କରାଯାଉଥିବା କାମରେ ପରିବର୍ତ୍ତନ କରାଯିବ । ସେହିଭଳି କାର୍ଯ୍ୟର ମାନକୁ ଠିକ୍ ଭାବେ ଯାଂଚ କରାଯାଇ କାମ ସହ ଉପରିସ୍ଥ ଅଧିକାରୀ କାମ ଯାଂଚ କରିବା ପରେ ଛାତ ଢଳାଇ ପଡିବ ବୋଲି କୁହାଯାଇଛି । ତେବେ ଲୋକମାନଙ୍କ ସମସ୍ତ ସୁବିଧା ପାଇଁ କରାଯାଉଥିବା ସ୍ୱାସ୍ଥ୍ୟକେନ୍ଦ୍ରର କାମ ପ୍ରତି ଗୁରୁତ୍ୱ ଦିଆଯାଇ ସଠିକ୍ ଭାବେ କାମ କରାଯିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।