କନକ ବ୍ୟୁରୋ: ଖୋଲିଛି କୁବେର ଅଧିକ୍ଷଣ ଯନ୍ତ୍ରୀଙ୍କ ଗୁମର। ନିମ୍ନ ମାନର କାର୍ଯ୍ୟ କରି ଚଳୁ କରୁଥିଲେ କୋଟି କୋଟି ଟଙ୍କା । ୯ କୋଟି ଟଙ୍କାର ପଥରବନ୍ଧ ଜୁଆର ମାଡ ସହି ପାରିଲାନି। ଦିନ କେଇଟାରେ ଦବିଗଲା । ସମୁଦ୍ର କବଳରୁ ତଟ ସୁରକ୍ଷା ପାଇଁ ବନ୍ଧ ନିର୍ମାଣ ହୋଇଥିଲା। ହେଲେ ଜୁଆର ମାଡ଼ରେ ବନ୍ଧ ଦବି ଯିବାରୁ ଚିନ୍ତାରେ ସ୍ଥାନୀୟ ବାସିନ୍ଦା ।

Advertisment

ସମୁଦ୍ର ଉପକୂଳବର୍ତ୍ତୀ ଅଂଚଳର ସୁରକ୍ଷା ପାଇଁ ନିର୍ମାଣ ହୋଇଥିଲା ପଥର ବନ୍ଧ । ବାଲେଶ୍ୱର ବାଲିଆପାଳ ବ୍ଲକ ଜମ୍ଭିରାଇ ପଂଚାୟତର ଚାଉଳତି ଠାରେ ସମୁଦ୍ର କୂଳଲଙ୍ଘୁଥିବା ଖବର ଜନବସତି ଆଡକୁ ମାଡ଼ି ଆସୁଛି । ଖବର କନକ ନ୍ୟୁଜରେ ପ୍ରସାରଣ ହେବା ପରେ ୨୦୨୨/୨୩ ଆର୍ଥିକ ବର୍ଷରେ ଜଳସେଚନ ବିଭାଗ ପକ୍ଷରୁ ସ୍ଥାୟୀ ପଥର ବନ୍ଧ ନିର୍ମାଣ ହୋଇଥିଲା । ୮ କୋଟି ୩୨ ଲକ୍ଷ ଟଙ୍କାରେ ନିର୍ମାଣ ଦାୟିତ୍ୱ ନେଇଥିଲେ ଠିକାଦାର ଅତନୁ ପାଳ। ଅତ୍ୟନ୍ତ ଦୁର୍ବଳ ପଥରରେ ନିମ୍ନମାନର କାମ ହୋଇଥିବା ଅଭିଯୋଗ ହୋଇଛି । ହାତରେ ପଥର ଭାଙ୍ଗି ଯାଉଛି। କିଛି ମାସ ତଳେ ନିର୍ମାଣ ହୋଇଥିବା ବନ୍ଧ ଗୋଟିଏ ଦୁଇଟି ଜୁଆର ମାଡ଼ରେ ଦବି ଯାଇଛି ।

ଜୁଆର ସହି ପାରୁନଥିବା ବନ୍ଧ ସାମୁଦ୍ରିକ ଝଡ଼କୁ କେମିତି ସହିବ ବୋଲି ପ୍ରଶ୍ନ ଉଠିଛି । ପଥର ବନ୍ଧ ଦବିଯିବା ପରେ ଅଞ୍ଚଳର ସୁରକ୍ଷା ନେଇ ସନ୍ଦେହ ସୃଷ୍ଟି ହୋଇଛି । ତଟ ସୁରକ୍ଷା ପାଇଁ ୨ କିଲୋମିଟରରୁ ଅଧିକ ପଥରବନ୍ଧ ଆବଶ୍ୟକ ଥିବା ବେଳେ ବିଭାଗ ପକ୍ଷରୁ ମାତ୍ର ୫ ଶହ ମିଟର ବନ୍ଧ ନିର୍ମାଣ କରାଯାଇଛି । ବନ୍ଧ ନିର୍ମାଣ ତଥ୍ୟ କାହା ପାଖରେ ନାହିଁ । ବାଲିଆପାଳ ବ୍ଲକ ଜଳସେଚନ ବିଭାଗର ଯନ୍ତ୍ରୀ କହିଛନ୍ତି, ନୂଆ ଆସିଛନ୍ତି । ଯଦି ଆବଶ୍ୟକ ପଥପ ବନ୍ଧ ଏବଂ ସ୍ପର ନିର୍ମାଣ କରାନଯାଏ ତାହା ହେଲେ ପୂର୍ବପରି ସମୁଦ୍ର କୂଳଖାଇ ଜନବସତି ମୁହାଁ ହେବ । ଏବଂ ସମୁଦ୍ର ଗର୍ଭରେ ଲିନ ହୋଇଯିବ ଅଂଚଳ ବାସୀଙ୍କ ଭାଗ୍ୟ ଓ ଭବିଷ୍ୟତ ।