ହିତାଧିକାରୀଙ୍କୁ ଦିଆଯାଉଛି ପୋକରା ଚାଉଳ ! ପଂଚୟତ କାର୍ଯ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ

72

କନକ ବ୍ୟୁରୋ : ମାଲାକନଗିରି ପେଡାକୋଣ୍ଡା ଗ୍ରାମ ପଂଚାୟତ ରେ ହିତାଧିକାରୀଙ୍କୁ ଦିଆଯାଉଛି ପୋକରା ଚାଉଳ । ପେଡାକୋଣ୍ଡା ପଂଚାୟତ ରେ ପିଡିଏସ ଚାଉଳ ବଂଟନ କରାଯାଉଥିବା ବେଳେ ଚାଉଳର ମାନ ଅତି ନିମ୍ନମାନର ହବା ସହ ଚାଉଳ ରେ ପୋକ ସାଲୁବାଲୁ ଥିବା ଦେଖିବାକୁ ମିଳି ଥିଲା ।

ପ୍ରତିବାଦରେ ଗ୍ରାମବାସୀମାନେ ପଂଚାୟତ କାର୍ଯ୍ୟାଳୟରେ ତାଲା ପକାଇବା ସହ ଦୀର୍ଘ ସମୟ ଧରି ପଂଚାୟତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପୋକରା ଚାଉଳ ବଦଳାଇ ଭଲ ଚାଉଳ ଦିଆ ନ ଯିବା ଯାଏଁ ପଂଚାୟତ କାର୍ଯ୍ୟାଳୟରୁ ତାଲା ହଟିବ ନାହିଁ ବୋଲି କହିଛନ୍ତି ପଂଚାୟତ ବାସିନ୍ଦା ।

Comments are closed.