ଛାତ୍ରଛାତ୍ରୀଙ୍କ ଥାଳିରେ ପାଣିଆ ଡାଲି; ମଧ୍ୟାହ୍ନ ଭୋଜନରେ ଦର ବୃଦ୍ଧିର ପ୍ରଭାବ । ଥାଳିରେ ପାଣିଆ ଡାଲି

154

କନକ ବ୍ୟୁରୋ: ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ଖାଇବାକୁ କ’ଣ ମିଳୁଛି । ଦେଖାଯାଉଛି ଡାଲି ଭଳି । କିନ୍ତୁ ହଳଦି ଏବଂ ଲୁଣପାଣିର ଉପସ୍ଥିତି ଅଧିକ ରହିଛି । ଯେଉଁ ଉଦ୍ଦେଶ୍ୟରେ ମିଡ୍ ଡେ ମିଲ୍ ଦିଆଯାଉଛି । ସତରେ କଣ ଏହାର ଉଦ୍ଦେଶ୍ୟ ସାଧିତ ହେଉଛି । ଯେଉଁ ଚିତ୍ର ଆଠଗଡ ଅଞ୍ଚଳରୁ ଆସିଛି ତାହା ସମସ୍ତଙ୍କୁ ବିବ୍ରତ କରିଛି । ପାଣିଚିଆ ଡାଲିରେ ଭାତ ଖାଉଛନ୍ତି କୁନି କୁନି ପିଲା । ଆଉ ଅଣ୍ଡା ତରକାରି କଥା ନକହିଲେ ଭଲ । ପନିପରିବା ଦର ବୃଦ୍ଧିର ପ୍ରଭାବ ସିଧାସଳଖ ସ୍କୁଲର ମଧ୍ୟାହ୍ନ ଭୋଜନ ଉପରେ ପଡିଛି । ଯାହାକ ୁନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ପ୍ରଥମରୁ ପଞ୍ଚ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଦୈନିକ ୫ ଟଙ୍କା ୯୦ ପଇସା ଏବଂ ୫ମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ୮ ଟଙ୍କା ୯୨ ପଇସା ଧାର୍ଯ୍ୟ କରାଯାଇଛି । ହେଲେ ଏତିକି ପଇସାରେ ପିଲାଙ୍କ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରିବା ସମ୍ଭବ ହେଉ ନାହିଁ ବୋଲି ଶିକ୍ଷକ, ଶିକ୍ଷୟତ୍ରୀ କହିଛନ୍ତି । ସୋମବାର ଗୁରୁବାର ଭାତ ଡାଲମା, ମଙ୍ଗଳବାର ଏବଂ ଶୁକ୍ରବାର ସୋୟାବିନ୍ ତରକାରି, ବୁଧବାର ଏବଂ ଶନିବାର ଭାତ ଓ ଅଣ୍ଡା ତରକାରି ଦେବାର ନିୟମ ରହିଛି । କିନ୍ତୁ ଅଳ୍ପ ପଇସାରେ ପୋଷଣ ଯୁକ୍ତ ଖାଦ୍ୟ ଯୋଗାଇବା ସମ୍ଭବ ହେଉ ନାହିଁ । ଏପଟେ ଦରଦାମ ବୃଦ୍ଧି ଯୋଗୁଁ ଡାଲମାରେ ପରିବା ରହୁନି । ଆଉ ପିଲାଙ୍କୁ ପାଣିଚିଆ ଡାଲି ଦେବାକୁ ସ୍କୁଲ କର୍ତୃପକ୍ଷ ବାଧ୍ୟ ହେଉଛନ୍ତି ।