ବାତ୍ୟାର ରୂପ ନେଇପାରେ ଲଘୁଚାପ: ଆଜି ହୋଇପାରେ ଗଭୀର ଅବପାତରେ ପରିଣତ 

317

କନକ ବ୍ୟୁରୋ: ବାତ୍ୟାର ରୂପ ନେଇପାରେ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ଅବପାତ । ବର୍ତମାନ ଏହା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଗଭୀର ଅବପାତରେ ପରିଣତ ହୋଇ ଅଧିକ ବଳ ଗୋଟାଉଛି । ଆଜି ସଂଧ୍ୟାରେ ଏହା ବାତ୍ୟାରେ ପରିଣତ ହୋଇପାରେ ବୋଲି ପୁର୍ବାନୁମାନ କରିଛି ପାଣିପାଗ ବିଭାଗ । ବର୍ତମାନ ଏହା ଗୋପାଳପୁରଠାରୁ ପଶ୍ଚିମ, ଦକ୍ଷିଣ-ପଶ୍ଚିମକୁ ୬୭୦ କିଲୋମିଟର ଓ ଆନ୍ଧ୍ରର କଳିଙ୍ଗପଟ୍ଟନମଠାରୁ ୭୪୦ କିଲୋମିଟର ଦୂର ପଶ୍ଚିମକୁ ରହିଛି ।

ପାଣିପାଗ ବିଭାଗର ଆକଳନ ଅନୁସାରେ ଏହା ପ୍ରଥମେ ପଶ୍ଚିମ, ଉତର-ପଶ୍ଚିମ ଦିଗରେ ଗତି କରିବ । ପରେ ପଶ୍ଚିମ, ଦକ୍ଷିଣ-ପଶ୍ଚିମ ଦିଗକୁ ଗତି କରି ୨୬ ତାରିଖ ସଂଧ୍ୟାରେ ଦକ୍ଷିଣ ଓଡିଶା ଏବଂ ଉତର ଆନ୍ଧ୍ରପ୍ରଦେଶ ଦେଇ ଅତିକ୍ରମ କରିବା ସମ୍ଭାବନା ରହିଛି । ଗୋପାଳପୁର ଓ ବିଶାଖାପାଟଣା ମଧ୍ୟ ଦେଇ କଳିଙ୍ଗପଟ୍ଟନମ ନିକଟରେ ଏହି ସ୍ଥଳଭାଗ ଅତିକ୍ରମ କରିପାରେ । ତେବେ ବାତ୍ୟା ଆଣିନପାରେ ବଡ ପବନ । ବର୍ତମାନ ଓଡିଶା ଓ ଉତର ଆନ୍ଧ୍ର ଉପକୂଳରେ ବର୍ଷା ସାଙ୍ଗକୁ ଘଂଟା ପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହୁଛି ।

ସମୟ ସମୟରେ ୬୦ କିଲୋମିଟର ବେଗରେ ପବନର ଝଟକା ଅନୁଭୂତ ହେଉଛି । ୨୬ ତାରିଖ ଅପରାହ୍ନରୁ ମଧ୍ୟରାତ୍ରୀ ଯାଏଁ ଘଂଟାପ୍ରତି ସର୍ବାଧିକ ୭୦ରୁ ୮୦ କିଲୋମିଟର ବେଗରେ ପବନ ବହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସମୟ ସମୟରେ ଘଂଟା ପ୍ରତି ୯୦ କିଲୋମିଟର ବେଗରେ ପବନର ଝଟକା ଅନୁଭୂତ ହେବ ବୋଲି କହିଛି ।