ଆସୁଛି ଆଉ ଏକ ଲଘୁଚାପ : ଜାଣନ୍ତୁ କେବେ ଓ କେଉଁ ଜିଲ୍ଲାରେ ହେବ ବର୍ଷା ?

2,893

କନକ ବ୍ୟୁରୋ : ଆସୁଛି ଆଉ ଏକ ଲଘୁଚାପ । ଆସନ୍ତା ୨୯ ତାରିଖରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃ୍ଷ୍ଟି ହେବାର ସମ୍ଭାବନା ରହିଛି । ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ୪୮ ଘଂଟା ମଧ୍ୟରେ ଏହା ଅଧିକ ଘନୀଭୂତ ହେବ । ଏହା ପଶ୍ଚିମ-ଉତର- ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି ।

ଆଜି ଆଦ୍ୟ ଅପରାହ୍ଣରେ ଏ ସଂକ୍ରାନ୍ତରେ ଟୁଇଟ୍‌ କରି ଭାରତୀୟ ପାଣିପାଗ ବିଭାଗ ଲେଖିଛି, ୨୦୨୧ ନଭେମ୍ବର ୨୯ ତାରିଖ ଆଡ଼କୁ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଗୋଟାଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି । ଏହା ତୀବ୍ରତର ହୋଇ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୨୯ ଓ ୩୦ ତାରିଖ ଦିନ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ‌ର କେତେକ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି ।

ବିଶେଷଜ୍ଞଙ୍କ ମତରେ, ଆସନ୍ତା ପାଞ୍ଚ ଦିନ ରାଜ୍ୟରେ ଶୀତ ପରିମାଣ ବୃଦ୍ଧି ପାଇବ । ପାରଦ ସ୍ୱାଭାବିକଠାରୁ ୩ରୁ ୫ ଡିଗ୍ରୀ ଯାଏଁ ହ୍ରାସ ପାଇବା ନେଇ ଆକଳନ କରାଯାଉଥିବା ବେଳେ ବିଭିନ୍ନ ସ୍ଥାନରେ ଘନକୁହୁଡି ନଜରକୁ ଆସିବ । ଗତ ୨୪ଘଣ୍ଟାରେ କିଛି ଉପକୂଳବର୍ତ୍ତୀ ଜିଲ୍ଲାରେ ହାଲୁକାରୁ ମଧ୍ୟମ ବର୍ଷା ନଜରକୁ ଆସିଥିବାବେଳେ ଜଗତସିଂହପୁରରେ ସର୍ବାଧିକ ୨୨ ମିମି ବର୍ଷା ରେକର୍ଡ କରାଯାଇଛି । ହେଲେ ମଙ୍ଗଳବାର ସକାଳୁ ରାଜ୍ୟର ଏକାଧିକ ଜିଲ୍ଲାରେ ଘନ କୁହୁଡି ନଜରକୁ ଆସିଛି । ବଲାଙ୍ଗୀରରେ କୁହୁଡି ସକାଶେ ଦୃଶ୍ୟମାନର କ୍ଷମତା ମାତ୍ର ୩୦ମିଟର ଥିବା ବେଳେ ଫୁଲବାଣୀରେ ୭୦ମିଟର ଓ ଟିଟଲାଗଡରେ ୧୦୦ ମିଟର ରହିଛି ।

ଆଜିଠାରୁ ରାଜ୍ୟରେ କୁହୁଡି ପରିମାଣ କମିବା ସହ ଶୀତ ବୃଦ୍ଧି ପାଇବ । ରାଜ୍ୟ ଉପରେ ଏବେ କିଛି ବିଶେଷ ପାଣିପାଗର ପ୍ରଭାବ ନଥିବାବେଳେ ପାଗ ଅପରିବର୍ତ୍ତିତ ରହିବ ବୋଲି ବିଶେଷଶଜ୍ଞ କହିଛନ୍ତି । ସେହିପରି ଡିସେମ୍ବର ମାସରେ ମଧ୍ୟ ଲଘୁଚାପ ସୃଷ୍ଟି ସମ୍ଭାବନା ଥିବା ବେଳେ ପାଗ ମେଘୁଆ ରହିବା ନେଇ ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି ।