source : The Indian Express
କନକ ବ୍ୟୁରୋ : ଆସନ୍ତା ୨୬ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ। ଏହାର ପ୍ରକୋପ ଏତେ ରହିବ ନାହିଁ। ତଥାପି ଉପକୂଳ ଓ ଉତ୍ତର ଓଡ଼ିଶାରେ ବର୍ଷା ହେବ। ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ।
ପାଣିପାଗ ବିଭାଗର କହିବାନୁଯାୟୀ ଉତ୍ତର ପଶ୍ଚିମ ମଧ୍ୟପ୍ରଦେଶ ଓ ଏହାର ଆଖପାଖ ଅଞ୍ଚଳରେ ଲଘୁଚାପ ରହିଛି। ପ୍ରଭାବରେ ଆସନ୍ତା ୩ରୁ ୪ ଦିନ ଧରି ଉତ୍ତର ଭାରତରେ ବର୍ଷା ଲାଗିରହିବ। ପବନ ମଧ୍ୟ ହେବ । ଅଗଷ୍ଟ ୨୫ରୁ ଧୀରେ ଧୀରେ ପୂର୍ବ ଭାରତରେ ବର୍ଷା ବଢ଼ିବ। ୨୬ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ, ଫଳରେ ୨୫ ତାରିଖ ରାତିଠାରୁ ଉପକୂଳ ଓଡ଼ିଶାରେ ବର୍ଷା ହେବ। ୨୬ ତାରିଖରେ ପୁରୀ, ବାଲେଶ୍ୱର, ଜଗତସିଂହପୁର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ାରେ ପ୍ରବଳ ବର୍ଷା ହେବ।
ପାଣିପାଗ ବିଜ୍ଞାନୀଙ୍କ କହିବା କଥା ହେଲା ଯେ ଲଘୁଚାପ ସୃଷ୍ଟି ହୋଇପାରେ। କିନ୍ତୁ ବଡ଼ ବର୍ଷା ହେବ ନାହିଁ। ଉପକୂଳ ଓଡ଼ିଶାରେ ୩୦ରୁ ୪୦ ମିମି ମଧ୍ୟରେ ବର୍ଷା ହେବ। ଗୋଟିଏ ଦୁଇଟି ସ୍ଥାନରେ ଟିକିଏ ଅଧିକ ରହିବ। ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ପୂର୍ବ ଭଳି ବର୍ଷା ହେବ ନାହିଁ ବୋଲି ଆକଳନ କରିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝରରେ ସର୍ବାଧିକ ୨୦.୪ ମିମି ବର୍ଷା ହୋଇଥିବା ବେଳେ ଢେଙ୍କାନାଳରେ ୨୦, ପୁରୀରେ ୧୦.୫ ମିମି ବର୍ଷା ହୋଇଛି।
Follow Us