ଆଣ୍ଡାମାନସାଗର ନିକଟରେ ୧୦ରେ ସୃଷ୍ଟି ହୋଇପାରେ ଲଘୁଚାପ : ଅଧିକ ଘନୀଭୂତ ହେବା ନେଇ କରାଯାଉଛି ପୂର୍ବାନୁମାନ

୪ରୁ ୫ଦିନ ଭିତରେ ଦକ୍ଷିଣ ଓଡ଼ିଶା ଓ ଉତର ଆନ୍ଧ୍ରପ୍ରଦେଶ କୂଳରେ କରିପାରେ ଅତିକ୍ରମ

338

କନକ ବ୍ୟୁରୋ : ଦେଶରୁ ମୌସୁମୀର ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଛି, ଆଉ ଏହାରି ଭିତରେ ଉତ୍ତର ଆଣ୍ଡାମାନ୍ ସାଗରରେ ସୃଷ୍ଟି ହେବାକୁ ଯାଉଛି ଏକ ଲଘୁଚାପ କ୍ଷେତ୍ର । ଆଗାମୀ ୧୦ ତାରିଖରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ତେବେ ଏହା ଅଧିକ ଘନୀଭୂତ ହୋଇ ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ।

ପରବର୍ତ୍ତୀ ୪ ରୁ୫ ଦିନ ମଧ୍ୟରେ ଓଡିଶା ଏବଂ ଦକ୍ଷିଣ ଉପକୂଳ ଆନ୍ଧ୍ରପ୍ରଦେଶ ଦେଇ ସ୍ଥଳଭାଗକୁ ଅତିକ୍ରମ କରିବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ଏବର୍ଷ ଠିକ୍ ସମୟରେ ଅର୍ଥାତ ଜୁନ୍ ୧ ତାରିଖରେ କେରଳ ଛୁଇଁଥିଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, କିନ୍ତୁ ପ୍ରତ୍ୟାବର୍ତ୍ତନରେ ୩୬ ଦିନ ବିଳମ୍ବ ହୋଇଛି । ପଶ୍ଚିମ ଓ ଉତର ପଶ୍ଚିମ ପବନ ସକ୍ରିୟ ହେଉଥିବାରୁ ଧିରେ ଧିରେ ଅପସରି ଯିବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ତେବେ ଓଡିଶାରେ ଏହି ପ୍ରକ୍ରିୟା ଅକ୍ଟୋବର ୨୦ ଆଡକୁ ଆରମ୍ଭ ହେବ ।