କନକ ବ୍ୟୁରୋ : ଦେଶରୁ ମୌସୁମୀର ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଛି, ଆଉ ଏହାରି ଭିତରେ ଉତ୍ତର ଆଣ୍ଡାମାନ୍ ସାଗରରେ ସୃଷ୍ଟି ହେବାକୁ ଯାଉଛି ଏକ ଲଘୁଚାପ କ୍ଷେତ୍ର । ଆଗାମୀ ୧୦ ତାରିଖରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ତେବେ ଏହା ଅଧିକ ଘନୀଭୂତ ହୋଇ ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ।
ପରବର୍ତ୍ତୀ ୪ ରୁ୫ ଦିନ ମଧ୍ୟରେ ଓଡିଶା ଏବଂ ଦକ୍ଷିଣ ଉପକୂଳ ଆନ୍ଧ୍ରପ୍ରଦେଶ ଦେଇ ସ୍ଥଳଭାଗକୁ ଅତିକ୍ରମ କରିବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ଏବର୍ଷ ଠିକ୍ ସମୟରେ ଅର୍ଥାତ ଜୁନ୍ ୧ ତାରିଖରେ କେରଳ ଛୁଇଁଥିଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, କିନ୍ତୁ ପ୍ରତ୍ୟାବର୍ତ୍ତନରେ ୩୬ ଦିନ ବିଳମ୍ବ ହୋଇଛି । ପଶ୍ଚିମ ଓ ଉତର ପଶ୍ଚିମ ପବନ ସକ୍ରିୟ ହେଉଥିବାରୁ ଧିରେ ଧିରେ ଅପସରି ଯିବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ତେବେ ଓଡିଶାରେ ଏହି ପ୍ରକ୍ରିୟା ଅକ୍ଟୋବର ୨୦ ଆଡକୁ ଆରମ୍ଭ ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/10/38-3.jpg)