ଆସୁଛି ଆଉ ଏକ ଲଘୁଚାପ : ୨୮ରୁ ୩ ଦିନ ବର୍ଷିବ; ଜାଣନ୍ତୁ କେଉଁ ଦିନ କେଉଁ ଜିଲ୍ଲାରେ ବର୍ଷା

1,787

କନକ ବ୍ୟୁରୋ : ପୂର୍ବ ବଙ୍ଗୋପସାଗର ଏବଂ ଆହାର ପାଶ୍ୱବର୍ତ୍ତୀ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହି ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ଦେଢକିମି ଉଚ୍ଚତାରେ ବାୟୁମଣ୍ଡଳ ପ ର୍ଯ୍ୟନ୍ତ ବ୍ୟାପିଛି । ପରବର୍ତ୍ତୀ ସମୟରେ ଏହି ଘୂର୍ଣ୍ଣିବଳୟ ଲଘୁଚାପ ରୂପ ନେବାର ସମ୍ଭାବନା ରହିଛି । ଲଘୁଚାପ ପ୍ରଭାବ ଓଡିଶାରେ ବିଶେଷ ପଡିବ ନାହିଁ । ଦକ୍ଷିଣ ଓଡିଶାର କିଛି ଅଞ୍ଚଳରେ କାଁ ଭାଁ ବର୍ଷା ହୋଇପାରେ, କିନ୍ତୁ ତାମିଲନାଡୁ ଉପରେ ଅଧିକ ପ୍ରଭାବ ପକାଇବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଏହାର ପ୍ରଭାବରେ ୨୮ତାରିଖରୁ ଦକ୍ଷିଣ ଓଡିଶାର କେତେକ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା । ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ଏ ନେଇ ଆକଳନ କରାଯାଇଛି । ୨୮ରେ ଗଜପତି, ଗଞ୍ଜାମ, ପୁରୀ, ରାୟଗଡା ଓ କୋରାପୁଟର କେତେକ ସ୍ଥାନରେ ବିଜୁଶି ଘଡଘଡି ସହ ବର୍ଷା ହୋଇପାରେ । ୨୯ରେ ଗଜପତି, ଗଞ୍ଜାମ, ରାୟଗଡା, କୋରାପୁଟ, ମାଲକାନଗିରି ଏବଂ ନବରଙ୍ଗପୁର ଜିଲ୍ଲାର କେତେକ ଅଞ୍ଚଳରେ ବିଜୁଳି ଘଡଘଡି ସହ ବର୍ଷା ହେବ । ସେହିପରି ୩୦ରେ ମାଲକାନଗିରି ଏବଂ କୋରାପୁଟ ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ବଜ୍ରପାତ ସହ ବର୍ଷା ହେବା ସମ୍ଭାବନା ରହିଛି । ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ ପାଗ ମୁଖ୍ୟତଃ ଶୁଖିଲା ରହିବ ।