ଆସନ୍ତା ୯ରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ସମ୍ଭାବନା । ଆଂଶିକ ମେଘାଚ୍ଛନ ରହିପାରେ ଦକ୍ଷିଣ ଓଡ଼ିଶା ଆକାଶ

170

କନକ ବ୍ୟୁରୋ: ଆସନ୍ତା ୯ ତାରିଖରେ ଲଘୁଚାପ ସୃଷ୍ଟି ସମ୍ଭାବନା । ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏନେଇ ଟୁଇଟ୍ କରି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବ । ଦକ୍ଷିଣ ଓଡ଼ିଶା ଆଂଶିକ ମେଘାଚ୍ଛନ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରାଯାଇଛି । ଶୁଷ୍କ ବାୟୁ ବହୁଥିବାରୁ ଆଗକୁ ତାପମାତ୍ରା ହ୍ରାସ ପାଇବ । ୨ ଦିନ ପରେ ତାପମାତ୍ରର ୨ ରୁ୩ ଡିଗ୍ରୀ ତଳକୁ ଖସିବ । କୁହୁଡିଆ ପାଗ ସହ ଶୀତ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।