ଦୀପାବଳିକୁ ବିପଦ ବର୍ଷା ! ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘନୀଭୂତ ହେଉଛି ଲଘୁଚାପ

43

କନକ ବ୍ୟୁରୋ : ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଧୀରେ ଧୀରେ ଘନୀଭୂତ ହେଉଛି ଲଘୁଚାପ । ଆଜି ରାତି ସୁଦ୍ଧା ଏହା ଅବପାତର ରୂପ ନେଇପାରେ । ଏହା ଆଗକୁ ଆହୁରି ଘନୀଭୂତ ହୋଇ ଉତର ଓ ଉତରପଶ୍ଚିମ ଆଡକୁ ଗତି କରିବ । ପବନର ବେଗ ଘଂଟା ପ୍ରତି ୪୫ରୁ ୫୫ କିଲୋମିଟର ରହିବ । ଲଘୁଚାପ ପ୍ରଭାବରେ ଆଜି ରାତିରୁ ବର୍ଷା ହେବା ଆଶଙ୍କା କରାଯାଉଛି ।

ତେବେ ବାତ୍ୟାର କୌଣସି ଆଶଙ୍କା ନାହିଁ । ୧୯ ତାରିଖ ଓ ୨୦ ତାରିଖରେ ବର୍ଷା ହେବା ସମ୍ଭାବନା ରହିଛି । ୨୧ରୁ ବର୍ଷା କମିବ । ତେବେ ୨୩ ତାରିଖ ପୂର୍ବରୁ ବର୍ଷା ଛାଡିବାର ସମ୍ଭାବନା ନାହିଁ । ଅର୍ଥାତ ବର୍ଷା ଦୀପାବଳୀ ଓ କାଳିପୂଜାକୁ ବିଗାଡିବା ଆଶଙ୍କା ରହିଛି । ଦକ୍ଷିଣ ଓଡିଶା ସହ ଉପକୂଳ, ଓଡିଶାରେ ବର୍ଷା ହେବା ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି ।