ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ । ୪୮ ଘଣ୍ଟା ପରେ ଘନୀଭୂତ ହୋଇ ହେବ ଅବପାତ ।

263

କନକ ବ୍ୟୁରୋ: ଆସନ୍ତାକାଲି ଆଉ ଏକ ଲଘୁଚାପ । ୨୪ ଘଣ୍ଟା ମଧ୍ୟରେ ଉତ୍ତର ତତ୍ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗର ଏକ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି । ଏହା ପଶ୍ଚିମ ଏବଂ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ ।  ଏହାପରେ ୪୮ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି  । ମୌସୁମୀ ଋତୁରେ ଏହା ସପ୍ତମ ଲଘୁଚାପ କ୍ଷେତ୍ର  । ଏହାର ପ୍ରଭାବରେ ଖୋର୍ଦ୍ଧା, ଜଗତସିଂହପୁର, କଟକ, ବରଗଡ଼ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି  । ୧୨ ତାରିଖ ଦିନ ଗଞ୍ଜାମ, ପୁରୀ, ଅନୁଗୁଳ, ଯାଜପୁର, ଭଦ୍ରକ ଆଦି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଏହାସହ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନର ବହିବା ଆଶଙ୍କା ରହିଛି  । ତେଣୁ ମତ୍ସଜୀବୀଙ୍କୁ ସମୁଦ୍ର ଭି୍ତରକୁ ଯିବାକୁ ବାରଣ କରାଯାଇଛି । ସେହିପରି ଆସନ୍ତା ୧୮ ତାରିଖରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ହୋଇପାରେ କୁହାଯାଉଛି ।