ବଙ୍ଗୋପସାଗରରେ ଲଘୁଚାପ: ୨୪ ତାରିଖରେ ନେଇପାରେ ଅବପାତ ରୂପ, ୨୫ରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା

ବଙ୍ଗୋପସାଗରରେ ଲଘୁଚାପ: ୨୪ ତାରିଖରେ ନେଇପାରେ ଅବପାତ ରୂପ, ୨୫ରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା

କନକ ବ୍ୟୁରୋ: ବଙ୍ଗୋପସାଗରରେ ଲଘୁଚାପ ରୂପ ନେଲା । ଏହା ପ୍ରଭାବରେ ଆଗାମୀ ୨୫ ତାରିଖରୁ ଉପକୂଳ ଓଡିଶା କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛନ୍ତି ଭାରତୀୟ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ।

ଦକ୍ଷିଣ-ପଶ୍ଚିମ ଓ ତତ୍ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ରୂପ ନେଇଛି ଘୂର୍ଣ୍ଣିବଳୟ । ଏହା ଉତ୍ତର-ପୂର୍ବ ଦିଗକୁ ଗତି କରି ୨୪ ତାରିଖ ସକାଳ ସୁଦ୍ଧା କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତର ରୂପ ନେବା ସମ୍ଭାବନା ରହିଛି । କ୍ରମେ ଏହା ଆହୁରି ଘନିଭୂତ ହେବା ଆଶଙ୍କା ରହିଛି । ୨୫ ତାରିଖ ବେଳକୁ ଉତ୍ତର-ପୂର୍ବ ଏବଂ ଏହା ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ପହଁଚିବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ଉତ୍ତର ଉପକୂଳ ଓଡ଼ିଶା ସମେତ ପଶ୍ଚିମବଙ୍ଗ ଉପକୂଳରେ ପ୍ରବଳ ବର୍ଷା ଆଶଙ୍କା ରହିଛି ।

୨୩ ତାରିଖରୁ ବଢ଼ିବ ପବନର ବେଗ
କେନ୍ଦ୍ରୀୟ ଓ ଦକ୍ଷିଣ ବଙ୍ଗୋପସାଗରରେ ୬୦ କିଲୋମିଟର ବେଗରେ ଦେଇପାରେ ପବନର ଝଟକା
୨୪ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ବଢ଼ିବ ପବନର ବେଗ
୭୦ କିଲୋମିଟର ବେଗରେ ଦେଇପାରେ ଝଟକା
୨୫ ତାରିଖରେ ବାଲେଶ୍ୱର, ଭଦ୍ରକରେ ପ୍ରବଳ ବର୍ଷା ଆଶଙ୍କା
୨୬ ତାରିଖରେ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ବଢ଼ିପାରେ ବର୍ଷା ପରିମାଣ
୨୬ ତାରିଖ ପର୍ଯ୍ୟନ୍ତ ଆଶାନ୍ତ ରହିପାରେ ସମୁଦ୍ର
ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା
ଏପଟେ ଓଡ଼ିଶାରେ ଏହାର ବିଶେଷ ପ୍ରଭାବ ପଡିବ ନାହିଁ ବୋଲି କହିଛନ୍ତି ଆଂଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି । ତେବେ ୨୨ରୁ ୨୪ ତାରିଖ ଯାଏଁ ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ଘଡ଼ଘଡ଼ି ବିଜୁଳି ସହ କାଳବୈଶାଖୀ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି ।

ଯଦିଓ କିଛି ମଡେଲ ବାତ୍ୟା ହେବ ବୋଲି ପୂବ ସଂକେତ ଦେଇଛନ୍ତି, ବାତ୍ୟା ହେବ କି ନାହିଁ ଏ ନେଇ କିଛି ସ୍ପଷ୍ଟ କରିନାହିଁ ପାଣିପାଗ ବିଭାଗ । ତେବେ ସାମୁଦ୍ରିକ ପାଣିପାଗ ବାତ୍ୟା ପାଇଁ ଅନୁକୂଳ ରହିଥିବା କହିଛନ୍ତି ପାଣିପାଗ ବିଜ୍ଞାନୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe