ଭିଜି ଯିବ ପୂଜା ! ୬ରୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସମ୍ଭାବନା

30

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଏଥର ବର୍ଷା ଧୋଇଦେବ ଦୂର୍ଗାପୂଜା । ଆସନ୍ତା ୬ ତାରିଖରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି । ଫଳରେ ପ୍ରବଳ ବର୍ଷା ଆଶଙ୍କା କରାଯାଉଛି । ଭୁବନେଶ୍ୱରସ୍ଥିତ ଆଚଂଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ରାଜ୍ୟରେ ୬ ତାରିଖରୁ ବଢିପାରେ ବର୍ଷାର ପରିମାଣ ।

ଉତ୍ତର-ଓଡିଶାରେ ବର୍ଷାର ପରିମାଣ ଅଧିକ ରହିବ । ଏପରିକି ଆଗାମୀ ୧୧ ତାରିଖ ଯାଏଁ ବର୍ଷା ହେବା ପୂର୍ବାନୁମାନ କରାଯାଉଛି । ଆସନ୍ତା ୭ ତାରିଖରୁ ଦୂର୍ଗାପୂଜା ଷଷ୍ଠୀ ଆରମ୍ଭ ହେଉଥିବାରୁ ଭିଜା ପେଣ୍ଡାଲରେ ପୂଜା ହେବା ଆଶଙ୍କା ବଢିଯାଇଛି । ସେପଟେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ବି ସକ୍ରିୟ ରହିଛି । ଏହାର ପ୍ରଭାବରେ ରାଜ୍ୟର ସ୍ଥାନେ ସ୍ଥାନେ ବର୍ଷା ସମ୍ଭାବନା ରହିଛି।

ସେପଟେ ବର୍ଷାକୁ ଦୃଷ୍ଟିରେ ରଖି ରାଜଧାନୀରେ ତିଆରି ହେଉଛି ୱାଟର ପ୍ରୁଫ୍ ମେଢ। ବର୍ଷାରେ ଯେମିତି ମେଢ ଧୋଇନଯିବ ସେନେଇ ବ୍ୟାପକ ପ୍ରସ୍ତୁତି କରିଛନ୍ତି ପୂଜା କମିଟି । ଏଥର ବଜେଟ୍ ବି ରେକର୍ଡ ଭାଂଗିଛି । ହାଇ ବଜେଟରେ ଏଥର ହାଇଲାଇଟ୍ ସାଜିବ ରାଜଧାନୀର ଦୁର୍ଗାପୂଜା।