୧୩ ତାରିଖରୁ ଲଘୁଚାପ! ଶୁକ୍ରବାରଠୁ ପ୍ରବଳ ବର୍ଷା ସମ୍ଭାବନା

559

କନକ ବ୍ୟୁରୋ: ଶ୍ରାବଣ ମାସରେ ଏକରକମ ବର୍ଷାର ପରିମାଣ କମ୍ ରହିଥିଲା । ଏପରି ସ୍ଥିତିରେ କିନ୍ତୁ  ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ପୁଣି ଏକ ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ରାଜ୍ୟରେ ସ୍ଥାନେ ସ୍ଥାନେ ବର୍ଷା ଆରମ୍ଭ ହୋଇଛି । ଶୁକ୍ରବାରଠୁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଦୁଇଦିନ ପଶ୍ଚିମ ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଉପକୂଳ ଓଡିଶାରେ ଘଂଟା ପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି ।

ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଉଥିବାରୁ ସମୁଦ୍ର ଅଶାନ୍ତ ରହିଛି । ତେଣୁ ଆସନ୍ତା ୧୪ ତାରିଖ ଯାଏଁ ସମୁଦ୍ର ଭିତରକୁ ନ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ବାରଣ କରିଛି ପାଣିପାଗ ବିଭାଗ । ସେପଟେ ମୟୂରଭଞ୍ଜ, ସୁନ୍ଦରଗଡ଼, ସୋନପୁର ଓ ଝାରସୁଗୁଡ଼ାରେ ବର୍ଷାର ପରିମାଣ କମ୍ ରହିଥିବା ପାଣିପାଗ ବିଭାଗ ସୂଚନା ଦେଇଛି । ଆସନ୍ତା ୧୯ ତାରିଖରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ଆଳକନ କରୁଛି ପାଣିପାଗ ବିଭାଗ ।

ମୌସୁମୀ ଋତୁରେ ଆଜି ଯାଏ ସାରା ରାଜ୍ୟରେ ୬୬୭ ମିଟର ବର୍ଷା ରେକର୍ଡ ହୋଇଛି । ରାଜ୍ୟରେ ଗତ କିଛି ଦିନ ହେଲା ଲଗାଣ ବର୍ଷା ଜାରି ରହିଛି । ଉପରମୁଣ୍ଡାରେ ବର୍ଷା ଯୋଗୁଁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ଜଳସ୍ତର ବୃଦ୍ଧି ପାଉଥିବାରୁ ପାଣି ନିସ୍କାସନ ପାଇଁ ହୀରାକୁଦ ଡ୍ୟାମରେ ୧୦ଟି ଗେଟ୍ ଖୋଲାଯାଇଛି । ଏଥିପାଇଁ ୧୪ ଜିଲ୍ଲାର ଜିଲ୍ଲାପାଳଙ୍କୁ ଆଲର୍ଟ କରାଯାଇଛି ।