କନକ ବ୍ୟୁରୋ: ଭୀଷଣ ସାମୁଦ୍ରିକର ରୂପ ନେଇପାରେ ଅବପାତ । ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତାକାଲି ଅବପାତର ରୂପ ନେବ । ୧୦ରେ ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇପାରେ । ପରେ ଏହା ସାମୁଦ୍ରିକ ଝଡର ରୂପ ନେଇପାରେ । ସେହିଭଳି ୧୨ ତାରିଖ ବେଳକୁ ଏହାର ଗତି ପଥରେ ପରିବର୍ତନ ହେବ ଏହାପରେ ବାତ୍ୟା ବାଂଲାଦେଶ ଓ ମିଆଁମାର ଆଡକୁ ଗତି କରିବ । ସେଠାରେ ପବନର ବେଗ ମଧ୍ୟ ଅଧିକ ରହିବ । କାଲିଠାରୁ ପବନର ବେଗ ୫୦ ରୁ ୬୦ ରହିବ । ସମ୍ଭାବ୍ୟ ବାତ୍ୟାକୁ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଆଇଏମଡି ଡିଜି ମୃତ୍ୟୁଂଜୟ ମହାପାତ୍ର ।

Advertisment

ତେବେ ବାତ୍ୟା ଉତ୍ତର- ଉତ୍ତର ପଶ୍ଚିମ ବଙ୍ଗୋପସାଗର ଆଡକୁ ଗତି କରିବ । ପରେ ଏହା ରିକର୍ଭ କରି ଧିରେ ଧିରେ ଉତ୍ତର ଏବଂ ଉତ୍ତର-ପୂର୍ବ ବାଙ୍ଗଲାଦେଶ- ମିଆଁମାର ଆଡକୁ ଗତି କରିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଏହା ଫଳରେ ଦକ୍ଷିଣପୂର୍ବ ବଙ୍ଗୋପସାଗର, ଆଣ୍ଡାମାନ ଦୀପପୁଞ୍ଜ ଓ ଆଣ୍ଡାମାନ ସାଗର ଅଞ୍ଚଳରେ ସମୁଦ୍ର ଆଶାନ୍ତ ରହିବ । ସମୁଦ୍ର ଭିତରେ ସର୍ବାଧିକ ଘଣ୍ଟା ପ୍ରତି ୮୦ କି.ମି, ବେଗରେ ବହିପାରେ ପବନ ୧୦ ଓ ୧୧ ତାରିଖ ବେଳକୁ ଆହୁରି ଆଶାନ୍ତ ହୋଇପାରେ ସମୁଦ୍ର । ତେଣୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ପରିସ୍ଥିତି ଉପରେ ନିରନ୍ତର ନଜର ରଖିଛି ଭାରତୀୟ ପାଣିପାଗ ବିଭାଗ ।