କନକ ବ୍ୟୁରୋ: ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହୋଇଛି ଲଘୁଚାପ । ଏହାର ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି ରହିଛି । ୨୪ ଘଂଟା ମଧ୍ୟରେ  ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।  ୧୮ ତାରିଖ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସହ ଏହା ଲଘୁଚାପର ରୂପ ନେବା ସମ୍ଭାବନା ରହିଛି  । ୧୯ ତାରିଖରୁ  ପୁଣି ବଢିବ ବର୍ଷାର ପରିମାଣ ।  ୧୯ରୁ ୨୨ ତାରିଖ ଯାଏଁ ଉପକୂଳ ଓ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

Advertisment

ବଙ୍ଗୋପସାଗରରେ  ସୃଷ୍ଟି ହୋଇଛି ଲଘୁଚାପ । ଉତର ପୂର୍ବ ବଙ୍ଗୋପସାଗର ଓ ତତସଂଲଗ୍ନ ଓଡିଶା –ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକାରେ  ଏହା କେନ୍ଦ୍ରୀଭୂତ ହୋଇଛି ।  ଆଉ ଝାଡଖଣ୍ଡ ଆଡକୁ ଏହା ଅଗ୍ରସର ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଏହାର ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି ରହିଛି । ୨୪ ଘଂଟା ମଧ୍ୟରେ  ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।  ୧୮ ତାରିଖ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ି ହେବ । ପରବର୍ତୀ  ସମୟରେ ଏହା ଲଘୁଚାପର ରୂପ ନେବା ସମ୍ଭାବନା ରହିଛି  । ଆଉ ଏହାର ପ୍ରଭାବରେ ସାରା ଓଡିଶାରେ ପ୍ରବଳ ବର୍ଷା ହେବା ଚେତାବନୀ ଦେଇଛି ପାଣିପାଗ ବିଭାଗ ।

୨୪ ଘଂଟାରେ ରାଜ୍ୟରେ ମୌସୁମୀ ପ୍ରବାହ ସକ୍ରିୟ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଛି । ଝାରସୁଗୁଡା କିରମରାରେ ସର୍ବାଧିକ ୨୧୫ ମିଲିମିଟର ବର୍ଷା ରେକର୍ଡ ହୋଇଛି । ରାଜ୍ୟରେ ୧୧ଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ଓ ୧୮ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ଲାଇକେରାରେ ୧୮୪.୮, ଭଦ୍ରକରେ ୧୬୬, ସମ୍ବଲପୁରରେ ୧୬୦ ଓ ଜଗତସିଂହପୁରରେ ୧୩୨. ୬ ମିଲିମିଟର ବର୍ଷା ରେକର୍ଡ ହୋଇଛି । ୨୪ ଘଂଟାରେ  ୮ଟି ଜିଲ୍ଲା ପ।।ଇଁ ଅରେଂଜ ୱାର୍ଣ୍ଣିଂ ଜାରି କରାଯାଇଥିଲାବେଳେ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୧୯ ତାରିଖରୁ  ପୁଣି ବଢିବ ବର୍ଷାର ପରିମାଣ ।  ୧୯ରୁ ୨୨ ତାରିଖ ଯାଏଁ ଉପକୂଳ ଓ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ଜୁନ ୧ରୁ  ୧୬ ଜୁଲାଇ ମଧ୍ୟରେ ରାଜ୍ୟରେ ୨୮୫. ୧ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଏହା ସ୍ୱାଭାବିକ ବର୍ଷା ଠାରୁ ୨୩  ପ୍ରତିଶତ ନିଅଣ୍ଟିଆ ରହିଛି । ଗତ ୨୪ ଘଂଟାର ବର୍ଷା  ୫ ପ୍ରତିଶତ ନିଅଂଟିଆ ବର୍ଷାକୁ ଭରଣା କରିଛି ।  ତେବେ ଆଗକୁ ହେବାକୁ ଥିବା ଲଘୁଚାପ ଏହି ନିଅଂଟିଆ ବର୍ଷାକୁ ଭରଣା କରିବ ବୋଲି ଆଶା କରାଯାଉଛି ।  ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି ।