ଲଘୁଚାପ ନେଇପାରେ ବାତ୍ୟାର ରୂପ: ୨୬ରେ ସ୍ଥଳଭାଗ ଛୁଇଁବାର ଆଶଙ୍କା  

447

କନକ ବ୍ୟୁରୋ: ପୁଣି ଆସିପାରେ ବାତ୍ୟା । ଲଘୁଚାପ ୱେଲମାର୍କରେ ପରିଣତ ହୋଇଥିବା ବେଳେ ବାତ୍ୟା ନେଇ ଆଶଙ୍କା କରାଯାଉଛି । ୧୨ଘଂଟା ଭିତରେ ଲଘୁଚାପ ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେବ । ୨୬ତାରିଖରେ ବାତ୍ୟା ସ୍ଥଳଭାଗ ଛୁଇଁବା ଆଶଙ୍କା ରହିଛି । ପୁରୀ ଓ ଗୋପାଳପୁର ମଧ୍ୟରେ ବାତ୍ୟା ଅତିକ୍ରମ କରିପାରେ ।

ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶ।।ରେ ବର୍ଷା ଓ ପବନ ହୋଇପାରେ । ପବନର ବେଗ ୬୫ରୁ ଶହେ କିଲୋମିଟର ପର୍ଯ୍ୟନ୍ତ ହେବା ଆଶଙ୍କା ରହିଛି । ତେବେ ଏନେଇ ଖୁବଶୀଘ୍ର ସ୍ପଷ୍ଟ କରିବ ଆଂଚଳିକ ପାଣିପାଗ କେନ୍ଦ୍ର ।