ବଙ୍ଗୋପସାଗରରେ ୱେଲମାର୍କ ଲୋ-ପ୍ରେସରରେ ପରିଣତ ହେଲା ଲଘୁଚାପ : କିଛି ସମୟ ପରେ ନେବ ଅବପାତର ରୂପ

Advertisment
ବଙ୍ଗୋପସାଗରରେ ୱେଲମାର୍କ ଲୋ-ପ୍ରେସରରେ ପରିଣତ ହେଲା ଲଘୁଚାପ : କିଛି ସମୟ ପରେ ନେବ ଅବପାତର ରୂପ

କନକ ବ୍ୟୁରୋ : ବଙ୍ଗୋପସାଗରରେ ୱେଲମାର୍କରେ ଲୋ- ପ୍ରେସରରେ ପରିଣତ ହେଲା ଲଘୁଚାପ । କିଛି ସମୟ ପରେ ନେବ ଅବପାତର ରୂପ । ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ୨୪ ତାରିଖରେ ବାତ୍ୟାର ରୂପ ନେବା ପରେ ‘ୟାସ’ ଉତର-ଉତର ପଶ୍ଚିମ ଦିଗରେ ଗତି କରିବ । ୨୬ ତାରିଖ ସଂଧ୍ୟା ସୁଦ୍ଧା ପଶ୍ଚିମବଙ୍ଗ ସମେତ ଓଡିଶା ଓ ବାଂଲାଦେଶ ଉପକୂଳରେ ସ୍ଥଳଭାଗ ଅତିକ୍ରମ କରିବ । ହେଲେ ନିର୍ଦ୍ଦିଷ୍ଟ କେଉଁ ସ୍ଥାନରେ ଲ୍ୟାଣ୍ଡଫଲ୍ କରିବ ସେନେଇ କୈାଣସି ସ୍ପଷ୍ଟ ତଥ୍ୟ ଦେଇନାହିଁ ଆଇଏମଡି ।

ଓଡିଶାର ମାତ୍ର ଦୁଇଟି ଜିଲ୍ଲା ଉପରେ ଏହାର ପ୍ରଭାବ ବିଶେଷ ଭାବେ ଅନୁଭୁତ ହେବ ବୋଲି କୁହାଯାଉଛି । ଓଡିଶାର ଦୁଇଟି ଜିଲ୍ଲା ଅର୍ଥାତ୍ ବାଲେଶ୍ୱର ଓ ଭଦ୍ରକ ଉପରେ ଏହାର ସବୁଠାରୁ ଅଧିକ ପ୍ରଭାବ ଅନୁଭୁତ ହେବ ବୋଲି ଅନୁମାନ କରାଯାଉଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ୨୪ ସନ୍ଧ୍ୟା ବେଳକୁ ଓଡିଶା ଉପକୂଳରେ ପବନର ବେଗ ରହିବ ଘଂଟାପ୍ରତି ୪୦ ରୁ ୫୦ କିମି ସର୍ବାଧିକ ୬୦ କିମି ରହିବ । ଯାହା ୨୬ ତାରିଖ ଅପରାହ୍ନ ବେଳକୁ ସର୍ବାଧିକ ୧୧୦ କିମି ବେଗରେ ବହିବ ନେଇ ଆକଳନ କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe