ଶନିବାର ଓଡିଶା ଉପକୂଳ ଛୁଇଁପାରେ ବାତ୍ୟା ‘ଜୱାଦ’ । ୪ରେ ସିଭିୟର ସାଇକ୍ଲୋନର ନେବ ରୂପ

Advertisment
ଶନିବାର ଓଡିଶା ଉପକୂଳ ଛୁଇଁପାରେ ବାତ୍ୟା ‘ଜୱାଦ’ । ୪ରେ ସିଭିୟର ସାଇକ୍ଲୋନର ନେବ ରୂପ

କନକ ବ୍ୟୁରୋ : ଆହୁରି ସକ୍ରିୟ ହେଉଛି ଆଣ୍ଡାମାନ ସାଗର ଅଂଚଳରେ କେନ୍ଦ୍ରୀଭୂତ ଲଘୁଚାପ  । ପଶ୍ଚିମ-ଉତର-ପଶ୍ଚିମ ଦିଗରେ ଗତି କରି ୨ ତାରିଖରେ ଏହା ଅବପାତର ରୂପ ନେବ । ପରବର୍ତୀ ୨୪ ଘଂଟାରେ କେନ୍ଦ୍ରୀୟ ବଙ୍ଗୋପସାଗର ଅଂଚଳରେ ବାତ୍ୟା ‘ଜୱାଦ’ ହେବାର ସମ୍ଭାବନା ରହିଛି । ଏହା ଉତର ପଶ୍ଚିମ ଦିଗରେ ଗତି କରି ୪ ତାରିଖ ସକାଳେ ଉତର ଆନ୍ଧ୍ର ଏବଂ ଓଡ଼ିଶା ଉପକୂଳରେ ପହଂଚିପାରେ ।

ଲଘୁଚାପ ଧିରେ ଧିରେ ବଳ ଗୋଟାଇ ୩ତାରିଖରେ ଅଧିକ ଘନୀଭୂତ ହୋଇ କେନ୍ଦ୍ରୀୟ ବଙ୍ଗୋପସାଗରରେ ସାଇକ୍ଲୋନିକ ଷ୍ଟର୍ମ ବା ବାତ୍ୟାର ରୂପ ନେବ । ସମୁଦ୍ର ଭିତରେ ଶକ୍ତି ସଂଗ୍ରହ କରିବା ପରେ ତୀବ୍ର ସାମୁଦ୍ରିକ ଝଡରେ ପରିଣତ ହୋଇ ଡିସେମ୍ବର ୪ ତାରିଖ ସକାଳୁ ଉତର ଆନ୍ଧ୍ର ଓ ଦକ୍ଷିଣ ଓଡିଶା ନିକଟ ଉପକୂଳରେ ସ୍ଥଳଭାଗ ଛୁଇଁବ । ସେହି ସମୟରେ ପବନର ଗତି ଘଂଟାପ୍ରତି ୧୨୦କିଲୋମିଟର ରହିପାରେ ବୋଲି ଅନୁମାନ କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe