ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୁଦୃଶ୍ୟ ହେଲା ଲଘୁଚାପ କ୍ଷେତ୍ର । କାଲି ନେଇପାରେ ଅବପାତର ରୂପ, ଡିସେମ୍ବର ୨ରେ ବାତ୍ୟା ଆଶଙ୍କା

766

କନକ ବ୍ୟୁରୋ : ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସ୍ପଷ୍ଟ ଚିହ୍ନିତ ହୋଇଛି ଲଘୁଚାପ କ୍ଷେତ୍ର । ଏହା ଅଧିକ ଘନୀଭୂତ ହୋଇ ୩୦ତାରିଖରେ ନେବ ଅବପାତର ରୂପ । ଦୁଇ ତାରିଖ ବେଳକୁ ଅଧିକ ଘନୀଭୂତ ହୋଇ ଦକ୍ଷିଣ-ପଶ୍ଚିମ ଓ ଦକ୍ଷିଣପୂର୍ବ ବଂଗୋପସାଗରର ଆଖପାଖ ଅଂଚଳରେ ବାତ୍ୟାର ରୂପ ନେଇପାରେ । ଏମିତି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । । ତେବେ ବାତ୍ୟାର ଗତିପଥ ନେଇ ଏପର୍ଯ୍ୟନ୍ତ ବିସ୍ତୃତ ତଥ୍ୟ ମିଳିନାହିଁ । ଏପରିକି ତୀବ୍ରତା ନେଇ ମଧ୍ୟ କୌଣସି ତଥ୍ୟ ଜଣାପଡିନାହିଁ ।

ଲଘୁଚାପ କ୍ଷେତ୍ରର ଗତିବିଧି ଉପରେ ମଧ୍ୟ ଆଇଏମଡି ସତର୍କ ନଜର ରଖିଛି । ତେବେ ଏହାର ପ୍ରଭାବ ଓଡ଼ିଶା ଉପରେ ବିଶେଷ ଭାବରେ ପଡି ନପାରେ ବୋଲି ଅନୁମାନ କରାଯାଉଛି । କିନ୍ତୁ ଓଡିଶା ଉପକୂଳ ସମୁଦ୍ର ଅଶାନ୍ତ ରହିବ । ତେଣୁ ୧ତାରିଖରୁ କେନ୍ଦ୍ରୀୟ ବଂଗୋପସାଗର ଅଂଚଳର ଗଭୀର ସମୁଦ୍ରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ କୁହାଯାଇଛି ।

ଓଡିଶା ଉପରେ ବାତ୍ୟାର ପ୍ରଭାବ ପଡିବନି ବୋଲି କୁହାଯାଉଥିଲେ ବି ୭ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସଆରସି । ଚିଠିରେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ସଜାଗ ରହିବାକୁ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧ ଓ ଗଂଜାମ ଜିଲ୍ଲାପାଳନଙ୍କୁ ନର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ଭୟଭୀତ ନହୋଇ କଟା ହୋଇଥିବା ଫସଲକୁ ସୁରକ୍ଷିତ ସ୍ଥାନରେ ରଖିବାକୁ ଚାଷୀଙ୍କୁ ପରାମର୍ଶ ଦେଇଛନ୍ତି କୃଷି ସଚିବ ଅରବିନ୍ଦ ପାଢ଼ୀ । ଏବଂ ସତର୍କ ସୂଚନା ଆସିବା ପରେ ଆଡଭାଇରଜରୀ ଜାରି କରାଯିବ ବୋଲି କୃଷି ସଚିବ କହିଛନ୍ତି ।