ଲଘୁଚାପର ରୂପ ନେଲା ଘୂର୍ଣ୍ଣିବଳୟ : ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା

ଲଘୁଚାପର ରୂପ ନେଲା ଘୂର୍ଣ୍ଣିବଳୟ : ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା

କନକ ବ୍ୟୁରୋ : ଲଘୁଚାପର ରୂପ ନେଲା ଘୂର୍ଣ୍ଣିବଳୟ । ଉତ୍ତର ଆଣ୍ଡାମାନ ଓ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ଲଘୁଚାପ କ୍ରମଶଃ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରିବ ।୨୨ତାରିଖ ବେଳକୁ ଅବପାତର ରୂପ ନେଇପାରେ । ପରବର୍ତ୍ତୀ ୪୮ ଘଣ୍ଟାରେ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି ।

ବାତ୍ୟା ପାଇଁ ବାତାବରଣ ଅନୁକୂଳ ରହିଥିବା ମଧ୍ୟ କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ହେଲେ ସିଏମ୍ଡବ୍ଲୁଏଫ୍ ମଡେଲର ଆକଳନ ଅନୁସାରେ ପଶ୍ଚିମବଙ୍ଗର ଦିଘା ଏବଂ ବାଂଲାଦେଶର ପଥେର ଘାଟ ମଧ୍ୟରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା । ୨୫ ତାରିଖ ସକାଳ ୫ଟା ୩୦ରୁ ସଂଧ୍ୟା ୫ଟା ୩୦ ମଧ୍ୟରେ ହୋଇପାରେ ଲ୍ୟାଣ୍ଡଫଲ୍ କରିବା ନେଇ ଏହି ମଡେଲ କହିଛି । ସମ୍ଭାବ୍ୟ ବାତ୍ୟାର ସ୍ଥିତି, ଗତି ନେଇ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇଥିଲେ ବି ବିଭିନ୍ନ ମଡେଲ ଏହାକୁ ନେଇ ପୂର୍ବାନୁମାନ କରୁଛନ୍ତି ।

ଭାରତୀୟ ପାଣିପାଗ ବିଭାଗର ନଜର ସମସ୍ତ ମଡେଲ ଉପରେ ରହିଛି । ପ୍ରତ୍ୟେକ ମଡେଲକୁ ବିଶ୍ଳେଷଣ କରୁଛି ଆଇଏମଡି । ୨୨ ତାରିଖରୁ ଓଡ଼ିଶା ଉପକୂଳ ସମୁଦ୍ରର ଆଖପାଖ ଅଂଚଳକୁ ନଯିବା ପାଇଁ କୁହାଯାଇଛି । ଷ୍ଟିୟରିଂ କରେଂଟ, ପଶ୍ଚିମା ଝଡ଼ ସକ୍ରିୟ ରହିଛି । ଏହା ହିଁ ବାତ୍ୟାର ଗତିପଥ, ତୀବ୍ରତା ନିର୍ଦ୍ଧାରଣ କରିଥାଏ । ଏପରିକି ବାତ୍ୟାର ମୋଡ଼ ବଦଳିବା ସମ୍ଭାବନା ମଧ୍ୟ ବଢ଼ିଥାଏ । ତେଣୁ ସମ୍ଭାବ୍ୟ ବାତ୍ୟା ରି-କର୍ଭ କରିବା ଆଶଙ୍କା ରହିଛି । ୨୩ ତାରିଖରୁ ଉପକୂଳ ଜିଲ୍ଲାଗୁଡ଼ିକରେ ବର୍ଷା ହେବା ଆଶଙ୍କା ରହିଛି ।

ତେବେ ଲଘୁଚାପ ହେବା ପରେ ସ୍ଥିତି ସ୍ପଷ୍ଟ ହେବ ବୋଲି କହିଛି ପାଣିପାଗ ବିଭାଗ । ଏପଟେ ସମ୍ଭାବ୍ୟା ବାତ୍ୟାକୁ ଦୃଷ୍ଟିରେ ରଖି ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, ଭଦ୍ରକ, କେନ୍ଦ୍ରାପଡ଼ା, ବାଲେଶ୍ୱର, ଏହି ୭ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିସନର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe