କନକ ବ୍ୟୁରୋ : ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ଆସନ୍ତାକାଲି ଲଘୁଚାପ ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେବ । ପରେ ଏହା ଆହୁରି ଘନୀଭୂତ ହେବା ସହ ଉତର ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆସନ୍ତା ୧୦ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ସାମୁଦ୍ରିକ ଝଡର ରୂପ ନେଇପାରେ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ପରେ ୧୧ ତାରିଖାର ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚିବ ଏହି ସାମୁଦ୍ରିକ ଝଡ । ଏହାପରେ ଉତ୍ତର ଓ ଉତ୍ତର-ପୂର୍ବ ଦିଗରେ ଗତି କରିବ । ଏଭଳି ଭାବେ ବାଂଲାଦେଶ ଓ ମିଆଁମାର ଉପକୂଳ ମୁହାଁ ହେବ ବାତ୍ୟା । ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।
ଏହି ସମୟରେ ଦକ୍ଷିଣପୂର୍ବ ବଙ୍ଗୋପସାଗର, ଆଣ୍ଡାମାନ ଦୀପପୁଞ୍ଜ ଓ ଆଣ୍ଡାମାନ ସାଗର ଅଂଚଳରେ ସମୁଦ୍ର ଆଶାନ୍ତ ରହିବ । ୮ ତାରିଖରେ ପବନର ବେଗ ବୃଦ୍ଧି ପାଇବ । ସମୁଦ୍ର ଭିତରେ ସର୍ବାଧିକ ଘଂଟା ପ୍ରତି ୮୦ କି.ମି, ବେଗରେ ବହିପାରେ ପବନ । ୧୦ ଓ ୧୧ ତାରିଖ ବେଳକୁ ଆହୁରି ଆଶାନ୍ତ ହୋଇପାରେ ସମୁଦ୍ର । ତେଣୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/05/21-6.jpg)