ବଡ଼ ବଡ଼ ନାଁ କରା ସରକାରୀ କଲେଜରେ ଯୁକ୍ତ ଦୁଇ ରେଜଲ୍ଟକୁ ନେଇ ଆସିଲା ଚିନ୍ତାଜନକ ଚିତ୍ର । ଘରୋଇ କଲେଜ୍ ତୁଳନାରେ ବିଜେବି, ରମାଦେବୀ, ରେଭେନ୍ସାର ନୈରାଶ୍ୟଜନକ ପ୍ରଦର୍ଶନକୁ ନେଇ ଉଠିଲା ପ୍ରଶ୍ନ, କ’ଣ ଏହା ପଛର କାରଣ?

1,297

କନକ ବ୍ୟୁରୋ: ରାଜ୍ୟରେ ନାଁରେ ଆଗୁଆ, ଫଳରେ ପଛୁଆ । ଯୁକ୍ତ ଦୁଇ ଫଳକୁ ଦେଖିଲେ ସରକାରୀ କଲେଜର ଚିନ୍ତାଜନକ ଚିତ୍ର ସାମ୍ନାକୁ ଆସୁଛି । କାରଣ ଚଳିତ ବର୍ଷ ଯୁକ୍ତ ଦୁଇ ବିଜ୍ଞାନ ଫଳରେ ଆଗରେ ଅଛନ୍ତି ଘରୋଇ କଲେଜ । କଟକ, ଭୁବନେଶ୍ୱରରେ ଥିବା ପ୍ରମୁଖ ସରକାରୀ କଲେଜର ଫଳ କିନ୍ତୁ ଚିନ୍ତାଜନକ କଲାଭଳି । କାରଣ ଏହି କଲେଜ ଗୁଡିକରେ ସାଧାରଣତଃ ମେଧାବୀ ମାନେ ହିଁ ନାମଲେଖାଇଥାନ୍ତି । କିନ୍ତୁ ୨ ବର୍ଷ ପରେ ସରକାରୀ କଲେଜରେ ମେଧାବୀ ଛାତ୍ର ପରୀକ୍ଷାରେ ପାସ୍ କରିପାରୁନାହାନ୍ତି । ଏହି ଘଟଣା ପରେ ସରକାରୀ କଲେଜ ଗୁଡିକର ଶିକ୍ଷାଦାନର ମାନକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଶିକ୍ଷାବିତ୍ ।

ବିଜେବି ଜୁନିୟର କଲେଜ
ଯୁକ୍ତ ଦୁଇ ବିଜ୍ଞାନରେ ପରୀକ୍ଷା ଦେଇଥିଲେ ୫୧୭ ଜଣ
ଫାଷ୍ଟ ଡିଭିଜନରେ ୩୪୫, ସେକେଣ୍ଡ ଡିଭିଜନରେ ୧୦୭, ଥାର୍ଡ ଡିଭିଜନରେ ୩୦ ଜଣ
ଫେଲ୍ ୩୫ ଜଣ

ରମାଦେବୀ ଜୁନିୟର କଲେଜ
ଯୁକ୍ତ ୨ ବିଜ୍ଞାନରେ ପରୀକ୍ଷା ଦେଇଥିଲେ ୩୮୫ ଜଣ
ଫାଷ୍ଟ ଡିଭିଜନ ୧୪୨, ସେକେଣ୍ଡ ଡିଭିଜନ ୧୨୦, ଥାର୍ଡ ଡିଭିଜନ ୪୫
ଫେଲ୍ ୭୮ ଜଣ

ରେଭେନ୍ସା ଜୁନିୟର କଲେଜ
ଯୁକ୍ତ ଦୁଇ ବିଜ୍ଞାନରେ ପରୀକ୍ଷା ଦେଇଥିଲେ ୩୬୬ ଜଣ
ଫାଷ୍ଟ ଡିଭିଜନ ୨୬୧, ସେକେଣ୍ଡ ଡିଭିଜନ ୫୬, ଥାର୍ଡ ଡିଭିଜନ ୨୨ ଜଣ
ଫେଲ୍ ୨୭ ଜଣ

ବିଜେବି ଜୁନିୟର କଲେଜରେ ବିଜ୍ଞାନରେ କଟ୍ ଅଫ୍ ମାର୍କ ସର୍ବାଧିକ ୯୩.୧୦ ଏବଂ ସର୍ବନିମ୍ନ ୭୭.୩୩ ରହିଥିଲା
ରମାଦେବୀ ଜୁନିୟର କଲେଜର ବିଜ୍ଞାନରେ କଟ୍ଅଫ୍ ମାର୍କ ସର୍ବାଧିକ ୮୫.୬୭ ଏବଂ ସର୍ବନିମ୍ନ ୬୮.୪୦ ଯାଇଥିଲା । ଅର୍ଥାତ୍ ଦଶମରେ ୭୭.୩୩ରୁ ଅଧିକ ପ୍ରତିଶତ ନଂବର ରଖିଥିବା ୩୫ ଜଣ ବିଜେବି ଜୁନିୟର କଲେଜରେ ଏବଂ ୬୮.୪୦ ପ୍ରତିଶତରୁ ଅଧିକ ନଂବର ରଖିଥିବା ୭୮ ଜଣ ରମାଦେବୀ ଜୁନିୟର କଲେଜରେ ଫେଲ୍ ହୋଇଛନ୍ତି । ରେଭେନ୍ସାରେ ୨୭ ଜଣ ମେଧାବୀ ଯୁକ୍ତ ଦୁଇ ପାସ୍ କରିବାରେ ବିଫଳ ରହିଛନ୍ତି ।

କେବଳ ବିଜ୍ଞାନ ନୁହଁ ବାଣିଜ୍ୟ ପରୀକ୍ଷା ଫଳକୁ ଦେଖିଲେ ସରକାରୀ କଲେଜରୁ ଆସିଛି ଚିନ୍ତାଜନକ ଚିତ୍ର
ବିଜେବି ଜୁନିୟର କଲେଜ
ଯୁକ୍ତ ଦୁଇ ବାଣିଜ୍ୟରେ ପରୀକ୍ଷା ଦେଇଥିଲେ ୧୭୭ ଜଣ
ଫାଷ୍ଟ ଡିଭିଜନ ୧୨୬, ସେକେଣ୍ଡ ଡିଭିଜନ ୨୭, ଥାର୍ଡ ଡିଭିଜନ ୧୯ ଜଣ
ଫେଲ୍ ୫ ଜଣ

ରମାଦେବୀ ଜୁନିୟର କଲେଜ
ଯୁକ୍ତ ୨ ବାଣିଜ୍ୟରେ ପରୀକ୍ଷା ଦେଇଥିଲେ ୨୪୬ ଜଣ
ଫାଷ୍ଟ ଡିଭିଜନ ୧୪୪, ସେକେଣ୍ଡ ଡିଭିଜନ ୫୭, ଥାର୍ଡ ଡିଭିଜନ ୩୧ ଜଣ
ଫେଲ୍ ୧୪ ଜଣ

ରାଜଧାନୀର ବେସିକ୍ ସାଇନ୍ସ କଲେଜ
ଯୁକ୍ତ ଦୁଇ ବାଣିଜ୍ୟରେ ପରୀକ୍ଷା ଦେଇଥିଲେ ୩୬୫ ଜଣ
ଫାଷ୍ଟ ଡିଭିଜନ ୨୩୭, ସେକେଣ୍ଡ ଡିଭିଜନ ୭୬, ଥାର୍ଡ ଡିଭିଜନ ୨୧ ଜଣ
ଫେଲ୍ ୩୧ ଜଣ

ରେଭେନ୍ସା ଜୁନିୟର କଲେଜ
ଯୁକ୍ତ ଦୁଇ ବାଣିଜ୍ୟରେ ପରୀକ୍ଷା ଦେଇଥିଲେ ୨୪୫ଜଣ
ଫାଷ୍ଟ ଡିଭିଜନ ୧୯୯, ସେକେଣ୍ଡ ଡିଭିଜନ ୨୦, ଥାର୍ଡ ଡିଭିଜନ ୧୮ ଜଣ
ଫେଲ୍ ୮ ଜଣ

ଅର୍ଥାତ୍ ଚଳିତ ବର୍ଷ ବିଜେବି ଜୁନିୟର କଲେଜରେ ବାଣିଜ୍ୟରେ ୫ ଜଣ, ରମାଦେବୀ ଜୁନିୟର କଲେଜରେ ୧୪ ଜଣ ଏବଂ ରାଜଧାନୀର ବେସିକ୍ ସାଇନ୍ସ କଲେଜରେ ୩୧ , ରେଭେନ୍ସା ଜୁନିୟର କଲେଜରେ ୮ ଜଣ ମେଧାବୀ ଛାତ୍ର ଯୁକ୍ତ ଦୁଇରେ ଫେଲ୍ ହୋଇଛନ୍ତି ।

ସରକାରୀ କଲେଜ ଗୁଡିକରେ ଉତ ମାନର ଶିକ୍ଷାଦାନ ପ୍ରତି ଆକୃଷ୍ଟ ହୋଇ ସାଧାରଣତଃ ରାଜ୍ୟର ମେଧାବୀ ଛାତ୍ର ଛାତ୍ରୀ ନାମ ଲେଖାଇବାକୁ ପସନ୍ଦ କରିଥାନ୍ତି । କିନ୍ତୁ ୨ ବର୍ଷ ପରେ ଏହି ମେଧାବୀ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ପରୀକ୍ଷା ପାସ୍ କରିନପାରିବା ସରକାରୀ କଲେଜ ଗୁଡିକର ଶିକ୍ଷାର ମାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।