ଛାଡିଗଲା ବର୍ଷା, ବଢିଲା ଚେନ୍ନାଇବାସୀଙ୍କ ଦୁର୍ଦ୍ଦଶା ।  ପାଣି ଘେରରେ ତଳିଆ ଅଂଚଳ,  ଆକାଶ ମାର୍ଗରୁ ହେଲିକପ୍ଟର ବାଂଟୁଛି ଖାଦ୍ୟ ପୁଡିଆ

104

କନକ ବ୍ୟୁରୋ : ବାତ୍ୟା ଦୁର୍ବଳ ହୋଇ ଗଭୀର ଅବପାତର ରୁପ ନେଇଛି । ବର୍ଷା ଛାଡି ଯାଇଛି ହେଲେ ଚେନ୍ନାଇ ସହରର ଦୁର୍ଦ୍ଦଶା ବଢିଯାଇଛି । ତଳିଆ ଅଂଚଳ ପାଣି ଘେରରେ ଥିବାରୁ ଲୋକ ହଇରାଣ ହେଉଛନ୍ତି । ବର୍ଷା ପାଣି ଘରେ ପଶିଥିବାରୁ ଲୋକଙ୍କ ଅବସ୍ଥା ଶୋଚନୀୟ ହୋଇପଡିଛି । ବର୍ଷା ଜଳ ନିଷ୍କାସନ ହୋଇନପାରିବାରୁ ତଳିଆ ଅଂଚଳର ଲୋକେ ପାଣିଘେରରେ ରହିଛନ୍ତି । ଜଳବନ୍ଦୀ ହୋଇଥିବା ଲୋକଙ୍କୁ ସବୁଠୁ ବଡ ସମସ୍ୟା ପାଲଟିଛି ଖାଦ୍ୟ ଓ ପିଇବା ପାଣି । ବିଜୁଳି ନାହିଁ, ଟେଲି ଯୋଗାଯୋଗ ବାଧାପ୍ରାପ୍ତ ହୋଇପଡିଛି । ପ୍ରଶାସନ ପକ୍ଷରୁ ଆଜି ଚେନ୍ନାଇର ତଳିଆ ଅଂଚଳରେ ୪ଟି ହେଲିକପ୍ଟର ଜରିଆରେ ଶୁଖିଲା ଖାଦ୍ୟ ବଂଟନ କରାଯାଉଛି । ସେହିପରି ବୋଟରେ ପାଣି ବୋତଲ ଓ ଶୁଖିଲା ଖାଦ୍ୟ ସାମଗ୍ରୀ ବୋଝେଇ କରି ଲୋକଙ୍କ ଦ୍ୱାର ମୁହଁରେ ପହଂଚି ପ୍ରଶାସନ ପକ୍ଷରୁ ବଂଟନ କରାଯାଉଛି ।