ରାଜଧାନୀରେ ଦୈନିକ ସଂକ୍ରମଣ ଠାରୁ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଗତ ୨୪ ଘଂଟାରେ ୬୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୮୭ ଜଣ ସୁସ୍ଥ ହୋଇଛନ୍ତି

51

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି । ଗତ ୨୪ ଘଂଟା ମଧ୍ୟରେ ଭୁବନେଶ୍ୱରରୁ ୬୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୭ ଜଣ କ୍ୱାରେଣ୍ଟିନ୍ ସେଣ୍ଟରରୁ ଥିବା ବେଳେ ୪୭ ଜଣ ଲୋକାଲ କଣ୍ଟାକ୍ଟ ରହିଥିବା ଜଣାପଡିଛି । ସେହିପରି ଆଜି ଭୁବନେଶ୍ୱରରୁ ୮୭ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି ।

କହିରଖୁ କି ଆଜି (ଶନିବାର) ସୁଦ୍ଧା ଭୁବନେଶ୍ୱରରୁ ମୋଟ ୨୯,୬୪୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୮,୫୭୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୮୭୪ ଜଣ ସଂକ୍ରମିତ ଏବେ ଚିକିତ୍ସାଧିନ ଅଛନ୍ତି । ଏହାସହ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ କରୋନା ସଂକ୍ରମଣରେ ମୋଟ ୧୭୯ ଜଣଙ୍କର ମୃତ୍ୟୁ ହୋଇଛି ।

Comments are closed.