କେନ୍ଦ୍ର ସରକାରଙ୍କ ଉଡାଣ ଯୋଜନାରେ ସାଧାରଣ ଲୋକଙ୍କୁ ଶସ୍ତା ମୂଲ୍ୟରେ ବିମାନ ଯାତ୍ରାର ସୁବିଧା ପ୍ରଦାନ କରାଯାଉ ଥିବା ବେଳେ ଖୁବଶୀଘ୍ର ଏହି ଯୋଜନାରେ ବିଦେଶ ଯାତ୍ରା ମଧ୍ୟ ଶସ୍ତା ହୋଇଯିବ । ଏନେଇ ସରକାର ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ବୁଧବାର କେନ୍ଦ୍ର ସରକାର ଏକ ଡ୍ରାଫ୍ଟ ଜାରି କରିଛନ୍ତି । ଆଉ ଏହି ଡ୍ରାଫ୍ଟ ଅନୁଯାୟୀ, ଖୁବଶୀଘ୍ର କିଛି ଅର୍ନ୍ତଜାତୀୟ ରୁଟରେ ଲୋକମାନଙ୍କୁ ଶସ୍ତାରେ ବିମାନଯାତ୍ରା ପାଇଁ ସୁବିଧା ଦେବାକୁ ଯୋଜନା କରୁଛନ୍ତି ସରକାର । ନୂଆ ଯୋଜନା ଅନୁଯାୟୀ ସାଧାରଣ ଲୋକଙ୍କୁ ଦିଆଯିବାକୁ ଥିବା ଏହି ସୁବିଧା ପାଇଁ ରାଜ୍ୟ ସରକାର ଅର୍ନ୍ତଜାତୀୟ ରୁଟର ଚୟନ କରିପାରିବେ ।
Kanak News is now on WhatsApp
Join and get latest news updates delivered to you via WhatsApp
ଏହି ଯୋଜନାରେ ଆସୁଥିବା ବିମାନ ରୁଟ ଗୁଡିକ ପାଇଁ ଯେଉଁ ରାଜ୍ୟ ସରକାର ଆବଶ୍ୟକୀୟ ସୁବିଧା ପ୍ରଦାନ କରିବେ ସେମାନଙ୍କୁ ଏହାର ଫାଇଦା ମିଳିବ । ଏହି ଯୋଜନା ଅନୁଯାୟୀ, ସରକାର ୨୦୨୨ ମଧ୍ୟରେ ୨୦ କୋଟି ବିମାନ ଟିକେଟ ବୁକ୍ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏହି ଡ୍ରାଫ୍ଟଟି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ୱେବସାଇଟରେ ଅପଲୋଡ କରାଯାଇଛି । ସେପ୍ଟେମ୍ବର ୪ ସୁଦ୍ଧା ଏହି ୱେବସାଇଟ ମାଧ୍ୟମରେ ହିଁ ସମସ୍ତ ଲୋକ ଏହା ଉପରେ ମତାମତ ଦେଇପାରିବେ । ଏହା ଉପରେ ସରକାର ଏକ ବୈଠକ କରି ଆଲୋଚନା କରିବା ପରେ ଇଣ୍ଟରନ୍ୟାସନାଲ ଏୟାର କନେକ୍ଟିଭିଟି ଫଣ୍ଡ ପାଇଁ ପ୍ରସ୍ତାବ ଆଣିବେ ।
ଏହି ଫଣ୍ଡ୍ ଜରିଆରେ ବିଭିନ୍ନ ଏୟାରଲାଇନ୍ସକୁ ସହଯୋଗ ଦିଆଯିବ, ଯେଉଁମାନେ ଏହି ଯୋଜନାରେ ସାମିଲ ହେବେ ଏବଂ ବିମାନ ଭଡା କମ କରିବେ । ଉଡାଣ ଯୋଜନା ଅନୁଯାୟୀ, ଶସ୍ତାରେ ବିଦେଶ ଯାତ୍ରା ଅଗାମୀ ଡିସେମ୍ବର କିମ୍ବା ଜାନୁଆରୀ ସୁଦ୍ଧା ଆରମ୍ଭ ହୋଇପାରେ ।