ନିମ୍ନ ରକ୍ତଚାପରେ ଆକ୍ରାନ୍ତ ହେଲେ କିଭଳି ଜାଣିବେ ! ଘରୋଇ ଉପଚାର ଆପଣାଇ ଏଥିରୁ ମୁକ୍ତି ପାଆନ୍ତୁ ।
ଉଚ୍ଚ ରକ୍ତଚାପ ବିଷୟରେ ଅନେକ ଆଲୋଚନା ହୁଏ। ଲୋକେ ଏହାର ଲକ୍ଷଣ ଓ ପ୍ରଭାବ ବିଷୟରେ ଜାଣନ୍ତି। କିନ୍ତୁ ବିଶ୍ୱର ଅନେକ ଲୋକଙ୍କୁ ପ୍ରଭାବିତ କରୁଥିବା ନିମ୍ନ ରକ୍ତଚାପ କଥା ଅନେକେ ଜାଣନ୍ତି ନାହିଁ। ଅର୍ଥାତ୍ ନିମ୍ନ ରକ୍ତଚାପରେ ଆକ୍ରାନ୍ତ ହୋଇ ମଧ୍ୟ ଲୋକେ ଏହା ଜାଣି ପାରନ୍ତି ନାହିଁ। ଏହାର ପ୍ରଭାବକୁ ସାମାନ୍ୟ ମୁଣ୍ଡବୁଲା ଏବଂ ଅସୁସ୍ଥତା ବୋଲି ମନେ କରିଥାଆନ୍ତି। ମାତ୍ର ନିମ୍ନ ରକ୍ତଚାପ ହାର୍ଟ, ଏଣ୍ଡୋକ୍ରାଇନ୍ ଏବଂ ନ୍ୟୁରୋଲୋଜିକାଲ୍ ସମସ୍ୟା ସୃଷ୍ଟି କରିପାରେ। ନିମ୍ନ ରକ୍ତଚାପ ମସ୍ତିଷ୍କକୁ ଅମ୍ଳଜାନ ଏବଂ ଜରୁରି ପୋଷକ ତତ୍ତ୍ୱ ପ୍ରବାହ ବନ୍ଦ କରି ଦିଏ। ତେଣୁ ଏହାକୁ ହେଳା କରିବା ଅନୁଚିତ।ନିମ୍ନ ରକ୍ତଚାପ ହେବାର ଅନେକ କାରଣ ଥାଏ।
Kanak News is now on WhatsApp
Join and get latest news updates delivered to you via WhatsApp
ପାଣି ଅଭାବ: ଶରୀର ପାଇଁ ଯଥେଷ୍ଟ ପାଣି ପିଇବା ଆବଶ୍ୟକ। ଯଦି ଦେହରୁ ଶୀଘ୍ର ଜଳୀୟ ଅଂଶ ନିର୍ଗତ ହୋଇ ଯାଉଥାଏ ତେବେ ଏହାର ପ୍ରତିକାର କରିବା ଆବଶ୍ୟକ। ଅର୍ଥାତ୍ ଯେତେ ଜଳୀୟ ଅଂଶ ବାହାରି ଯାଉଛି ତା’ଠାରୁ ଅଧିକ ପିଇବା ଉଚିତ। ବାହାରେ କାମ କରିବାକୁ ପଡୁଥିଲେ ମଝିରେ ମଝିରେ ଲେମ୍ବୁ ପାଣି ପିଇବା ଆବଶ୍ୟକ। ଏହା ଶରୀରରୁ ଦୁର୍ବଳତା ହଟାଇ ଦେବ।
ଗର୍ଭଧାରଣ: ଅନ୍ତସତ୍ତ୍ୱା ନାରୀମାନଙ୍କ ରକ୍ତ ଚାପ କମିଯିବାର ଯଥେଷ୍ଟ ସମ୍ଭାବନା ଥାଏ। ଏହା ସ୍ୱାଭାବିକ ଘଟଣା ହେଲେ ମଧ୍ୟ ବରାବର ଯାଞ୍ଚ କରାଇ ନେବା ଭଲ।
ହୃଦପିଣ୍ଡ ସମସ୍ୟା: ହୃଦପିଣ୍ଡରେ କିଛି ସମସ୍ୟା ଥିଲେ ଶରୀରରେ ରକ୍ତ ସଞ୍ଚାଳନ ଠିକ୍ ହୁଏ ନାହିଁ।
ପୋଷକତତ୍ତ୍ୱର ଅଭାବ: ବି-୧୨ ଭଳି ଅତ୍ୟାବଶ୍ୟକ ଭିଟାମିନର ଅଭାବ ଘଟିଲେ ରକ୍ତହୀନତା ଘଟି ନିମ୍ନ ରକ୍ତଚାପ ହୋଇ ପାରେ।ଉପଚାର:
ଅଧିକ ଲୁଣ ଖାଆନ୍ତୁ: ସାଧାରଣତଃ କମ୍ ଲୁଣ ଖାଇବାକୁ କୁହାଯାଇଥାଏ। କିନ୍ତୁ ନିମ୍ନ ରକ୍ତଚାପ ଭୋଗୁଥିବା ଲୋକମାନଙ୍କୁ ଲୁଣ ସହାୟକ ହୋଇଥାଏ। ଅଧିକ ଲୁଣ ଖାଇବା ଆଗରୁ ଟିକେ ଡାକ୍ତରଙ୍କ ପରାମର୍ଶ କରି ନେବା ଭଲ।
ଅଧିକ ପାଣି ପିଅନ୍ତୁ: ଶରୀର ମୌଳିକ ପ୍ରକ୍ରିୟା ପାଇଁ ଜଳ ଆବଶ୍ୟକ। ଏହା ଶରୀରରୁ ଜଳ ଶୁଷ୍କତା ରୋକି ଥାଏ। ଥରକୁ ଥର ମୁଣ୍ଡ ବୁଲାଇବା ଭଳି ଲାଗୁଥିଲେ ଅଧିକ ପାଣି ପିଅନ୍ତୁ।
ବିଟ୍ ରସ ପିଅନ୍ତୁ: ଦୈନିକ ଦୁଇ ଥର କପେ ଲେଖାଏଁ କଞ୍ଚା ବିଟ୍ରୁଟ୍ ପିଅନ୍ତୁ। ଏହା ନିମ୍ନ ରକ୍ତଚାପର ଅବ୍ୟର୍ଥ ଘରୋଇ ଉପଚାର। କପେ କଡ଼ା କଫି ପିଇଲେ ବି ଉପସମ ମିଳିବ। ଆଲମଣ୍ଡ ବାଟି ତାକୁ ନଖ ଉଷୁମ ପାଣିରେ ମିଶାଇ ପିଇଲେ ବି ଉତ୍ତମ ଫଳ ମିଳେ।
ଏହାଛଡ଼ା ଦୈନିକ ସାମାନ୍ୟ ବ୍ୟାୟାମ କରନ୍ତୁ। ଟିକେ ଚାଲନ୍ତୁ । ଏମିତି ହେଲେ ଦେହରେ ରକ୍ତସଂଚାଳନ ଭଲ ହୋଇଥାଏ।