କନକ ବ୍ୟୁରୋ : ଜୀବନସାଥୀ ହୋଇ ନପାରିବାରୁ ଏକାଠି ମୃତ୍ୟୁକୁ ବାଛି ନେଲେ ପ୍ରେମୀ ଯୁଗଳ । କୋରାପୁଟ ଜିଲ୍ଲା ଦଶମନ୍ତପୁର ଥାନା ଅନ୍ତର୍ଗତ ଯୋଡିପାଇ ଗାଁରୁ ଆସିଛି ଏମିତି ଏକ ଖବର । ଗୋଟିଏ ରଶିର ଦୁଇ ପାଶ୍ୱର୍ରେ ଝୁଲିପଡି ଆତ୍ମହତ୍ୟା କରିଛନ୍ତି ପ୍ରେମି ଯୁଗଳ । ମୃତକ ଦୁଇ ଜଣ ସେହି ଗାଁର ମହେନ୍ଦ୍ର ହିକକା ଓ ଯୁବନ୍ତି ମୁସ୍କା । ଦୁହେଁ ଦୀର୍ଘ ଦିନରୁ ଦୁହିଁଙ୍କୁ ଭଲ ପାଉଥିଲେ । ତେବେ ପରିବାର ପକ୍ଷରୁ ସମ୍ମତି ନମିଳିବାରୁ ଏଭଳି କରିଥିବା ସନ୍ଦେହ କରାଯାଉଛି । ଏହାକୁ ନେଇ ଦଶମନ୍ତପୁର ଥାନାରେ ଏତଲା ଦିଆଯାଇଛି । ପୁଲିସ ମୃତଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ।

Advertisment