ନବରଙ୍ଗପୁରରେ କଙ୍ଗାରୁ କୋର୍ଟ। ପ୍ରେମୀଯୁଗଳଙ୍କ ଆଖିରେ ପଟି ବାନ୍ଧି ନିସ୍ତୁକ ମାଡ।  ସୋସିଆଲ ମିଡିଆରେ ଭାଇରଲ ହେଉଛି ଭିଡିଓ।

Advertisment
ନବରଙ୍ଗପୁରରେ କଙ୍ଗାରୁ କୋର୍ଟ। ପ୍ରେମୀଯୁଗଳଙ୍କ ଆଖିରେ ପଟି ବାନ୍ଧି ନିସ୍ତୁକ ମାଡ।  ସୋସିଆଲ ମିଡିଆରେ ଭାଇରଲ ହେଉଛି ଭିଡିଓ।

କନକ ବ୍ୟୁରୋ:  ନବରଙ୍ଗପୁର ଜିଲ୍ଲାରେ କଙ୍ଗାରୁ କୋର୍ଟ। ଦୁଇ ପ୍ରେମୀ ଯୁଗଳଙ୍କୁ ଆଖିରେ କପଡା ବାନ୍ଧି ନିର୍ଦ୍ଧୁମ ମାଡ଼ ମାରିଛନ୍ତି କିଛି ବ୍ୟକ୍ତି । ପ୍ରେମୀ ଯୁଗଳ ମାଡ଼ ନମାରିବାକୁ ଆକୁଳ ନିବେଦନ କରିଥିଲେ ସୁଦ୍ଧା ସେମାନେ ମାଡ ମାରୁଥିବା ଦେଖିବାକୁ ମିଳିଛି। ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଞ୍ଚଳରେ କଙ୍ଗାରୁ କୋର୍ଟରେ ଘଟିଛି ହୃଦୟ ବିଦାରକ ଘଟଣା । କଙ୍ଗାରୁ କୋର୍ଟର ଭିଡିଓ କେହି ଜଣେ ଉତ୍ତୋଳନ କରି ଭାଇରାଲ୍ କରିବା ପରେ ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେଉଛି।

 ଘଟଣା ଅନୁଯାୟୀ, ଝରିଗାଁ ବ୍ଲକର ଜଣେ ବିବାହିତ ଯୁବକ ଡାବୁଗାଁ ଥାନା ଅଞ୍ଚଳର ଜଣେ ନାବାଳିକାକୁ ପ୍ରେମ କରୁଥିବା ସନ୍ଦେହ କରିଥିଲେ ଯୁବତୀର ପରିବାର ଲୋକେ  । ୭ ଦିନ ତଳେ ପ୍ରେମୀ ଯୁଗଳଙ୍କୁ ନାବାଳିକାଙ୍କ ଗାଁ ଲୋକ ଧରିଥିଲେ । ପରେ କିଛି ଗ୍ରାମବାସୀ ପ୍ରେମୀ ଯୁଗୋଳଙ୍କୁ ଧରି ଆଖିରେ ପଟି ବାନ୍ଧି ଚାରି ଦିଗରୁ ଉଭୟ ପ୍ରେମିକ ଓ ନାବାଳିକା ପ୍ରେମୀକାଙ୍କୁ ସର୍ବ ସମ୍ମୁଖରେ ନିର୍ଦ୍ଧୁମ ଛେଚି ଥିଲେ । ଦୁଇ ପ୍ରେମୀଯୁଗଳ ସେମାନଙ୍କ କବଳରୁ ଖସିଯିବା ନେଇ କୌଣସି ସମ୍ଭାବନା ନ ଥିବାରୁ ଛାଡି ଦେବାକୁ ବହୁ ନେହୁରା ହୋଇଥିଲେ । କିନ୍ତୁ କଙ୍ଗାରୁ କୋର୍ଟ ରେ ଦୁହିଙ୍କୁ ଦୟା ଓ କ୍ଷମା ବଦଳରେ ନିର୍ଦ୍ଧୁମ ମାଡ଼ ମାରିଥିଲେ  । ତେବେ ଏ ନେଇ ଡାବୁଗାଁ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ଡାବୁଗାଁ ଥାନା ଅଧିକାରୀ ସୁନିଲ ପ୍ରଧାନ ପ୍ରକାଶ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe