ପ୍ରେମ ଦିବସରେ ପ୍ରେମକୁ ବିରୋଧ । ପ୍ରେମିକର ଘର ପୋଡିଦେଲେ ପ୍ରେମିକା ଘର ଲୋକ ।

224

କନକ ବ୍ୟୁରୋ: ପ୍ରେମକୁ ବିରୋଧ କରି ଘର ପୋଡିଲେ । ପ୍ରେମ ଦିବସରେ ପ୍ରେମିକର ଘର ପୋଡିଦେଲେ ପ୍ରେମିକାର ଘର ଲୋକେ । ଏହି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ହାଟଡିହି ଭୂତପଦା ଗାଁରେ ।

ଗାଁର ଜଣେ ଯୁବକ ସେହି ଗାଁର ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ । ଏପରିକି ଯୁବତୀଙ୍କୁ ଘରୁ ନେଇଯାଇଥିବା ଅଭିଯୋଗ ଆଣି ଯୁବତୀଙ୍କ ପରିବାର ବାରମ୍ବାର ନିର୍ଯାତନା ଦେଉଥିବା ଅିଭଯୋଗ ହୋଇଛି । ପରିବାର ଭୟରେ ବାହାରେ ରହୁଥିଲେ ବି ଯୁବକଙ୍କ ପରିବାରକୁ ଥାନାକୁ ଡାକି ପୁଲିସ ପଚରାଉଚୁରା କରି ଛାଡି ଦେଇଥିଲା । ତାପରେ ବି ଯୁବତୀଙ୍କ ପରିବାରଙ୍କ ନିର୍ଯାତନା ତମିନଥିଲା । ଯୁବକଙ୍କ ଘରେ ପଶି ମାରଧର କରିବା ସହ ସୁନା ଟଙ୍କା ନେଇ ଘର ପୋଡି ଦେଇଥିବା ଅଭିଯୋଗ ହୋଇଛି । ପରିବାର ଲୋକେ ନିଆଁରୁ ଅଳ୍ପକେ ବର୍ତ୍ତିଯାଇଥିବା ବେଳେ ପୁଲିସ ତଦନ୍ତ୍ ଆରମ୍ଭ କରିଛି ।