ପ୍ରେମ ପାଇଁ ଗଲା ଜୀବନ : ପରିବାର ଲୋକଙ୍କ ବିରୋଧ ପରେ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ

262

କନକ ବ୍ୟୁରୋ : ପ୍ରେମ ପାଇଁ ଗଲା ଜୀବନ । ସ୍ୱୀକୃତି ନପାଇବାରୁ ବେକରେ ରଶି ଲଗାଇ ଅତ୍ମହତ୍ୟା କଲେ ପ୍ରେମୀଯୁଗଳ । ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା କମୁରୀ ଗାଁରେ ଦେଖିବାକୁ ମିଳିଛି ଏହି ଘଟଣା । ବିବାହ କରିଥିବା ଦୁଇଜଣଙ୍କ ପ୍ରେମକୁ ଘର ଲୋକ ଗ୍ରହଣ ନକରିବାରୁ ଶେଷର ଆତ୍ମହତ୍ୟା ବାଟ ଆପଣେଇ ନେଇଛନ୍ତି ପ୍ରେମୀଯୁଗଳ ।

ଡଲାସିଂହା ଗାଁର ପୁଅ ମଧୁ ସାହୁ ଏବଂ କୋଠାଭୁଇଁ ଗାଁର ଆଉ ଜଣେ ବିବାହିତ ମହିଳା ପରସ୍ପରଙ୍କ ପ୍ରେମରେ ପଡ଼ି ଯାଇଥିଲେ । ହେଲେ ପୂର୍ବରୁ ବିବାହିତ ହେତୁ ଏମାନଙ୍କ ସମ୍ପର୍କକୁ ସ୍ୱୀକୃତି ମିଳିପାରିନଥିଲା । ଶେଷରେ ଆଜି ସକାଳୁ ଗାଁ ପାଖରେ ଥିବା ଆମ୍ବ ଗଛରେ ବେକରେ ରଶି ଲଗାଇ ଏମାନେ ଆତ୍ମହତ୍ୟା କରିଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଂଚି ଦୁଇ ପ୍ରେମୀଯୁଗଳଙ୍କ ମୃତ ଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି ।