ପ୍ରେମିକାକୁୁ ହତ୍ୟା କରିବା ପରେ ହାତଗୋଡ ବାନ୍ଧି କୂଅରେ ପକାଇଲା ପ୍ରେମିକ । ୩ ଦିନ ପରେ କୂଅରୁ ଉଦ୍ଧାର ହେଲା ମୃତ ଦେହ

1,226

କନକ ବ୍ୟୁରୋ: ପ୍ରେମିକାକୁ ହତ୍ୟା କଲା ପ୍ରେମିକ । ହତ୍ୟା କରିବା ପରେ ପ୍ରେମିକାର ଗୋଡ, ହାତ ବାନ୍ଧି କୂଅରେ ପକାଇଦେଲା । ୩ ଦିନ ପରେ କୂଅ ଉଦ୍ଧାର ହେଲା ପ୍ରେମିକାର ମୃତଦେହ । ଏଭଳି ଏକ ନୃସଂଶ ଘଟଣା ଘଟିଛି ବରଗଡ ଜିଲ୍ଲା ବିଜେପୁର ଥାନା ଅନ୍ତର୍ଗତ ସାଇପାଲି ଗ୍ରାମରେ ।

ସୂଚନା ମୁତାବକ, ସେହି ଗାଁର ଚନ୍ଦ୍ରଶେଖର ସେଠ୍ ଓରଫ ଚମରୁ ପ୍ରେମିକା ପଦ୍ମିନୀ ଛତିଆଙ୍କୁ ହତ୍ୟା କରିଛି । ଗତ ୧୫ ତାରିଖ ସନ୍ଧ୍ୟାରେ ପଦ୍ମିନୀ ନିଖୋଜ ହୋଇଯାଇଥିଲେ । ଏନେଇ ତାଙ୍କ ପରିବାର ଲୋକ ବିଜେପୁର ଥାନାରେ ଅଭିଯୋଗ କରିଥିଲେ । ପରେ ପଦ୍ମିନୀଙ୍କ କଲ ରେକର୍ଡକୁ ଆଧାର କରି ପୁଲିସ ଅଭିଯୁକ୍ତଙ୍କ ପାଖରେ ପହଞ୍ଚିିଥିଲା । ପଚରାଉଚରା ପରେ ଅଭିଯୁକ୍ତ ଚନ୍ଦ୍ରଶେଖର ନିଜର ଦୋଷ ସ୍ୱୀକାର କରିଛି ।