ଫେସବୁକରୁ ପ୍ରେମ । ପ୍ରେମିକାର ଘରକୁ ଆସି ଲୋକଙ୍କ ହାବୁଡରେ ପଡିଲେ ଯୁବକ : ବ୍ରାହ୍ଣଣ ଡକାଇ ପ୍ରେମୀ ଯୁଗଳଙ୍କୁ ବାହାଘର କରିଦେଲେ ଗାଁ ଲୋକେ

2,896

କନକ ବ୍ୟୁରୋ : ଫେସବୁକରୁ ପ୍ରେମ । ଆଉ ପ୍ରେମିକାର ଘରକୁ ଆସି ଯୁବକ ହେଲା ହଟହଟା । ଗ୍ରାମବାସୀ ଧରିଲେ , ହଠାତ୍ ବିବାହ କରାଇ ଛାଡିଲେ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲାର ସୋର ବ୍ଲକର ଗୁଲୁଣିଆ ଗାଁରେ । ଏହି ଘଟଣା ସୋର ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି । ଘଟଣା ଥିଲା ଏହିପରି । ଫେସବୁକରୁ ପ୍ରଥମେ ଦୁଇ ଜଣଙ୍କ ମଧ୍ୟରେ ହୋଇଥିଲା ବନ୍ଧୁତା । ଏହା ପରେ ବନ୍ଧୁତା ଆଗକୁ ବଢି ପ୍ରେମର ରୂପ ନେଇଥିଲା । ଯୁବତୀଙ୍କ ଘରେ ଗତକାଲି ସକାଳେ କେହି ନଥିବାର ସୁଯୋଗ ନେଇ ତାଙ୍କୁ ଭେଟିବାକୁ ଆସିଥିଲେ ଯୁବକ ଜଣକ । କବାଟ ଦେଇ ଘରେ ଥିବା ବେଳେ , ଗାଁ ଲୋକଙ୍କ ହାବୁଡରେ ପଡିଥିଲେ ।

ଶେଷରେ ପ୍ରେମିକ ଯୁବକକୁ ଧରି ଦିନସାରା ଅଟକ ରଖିଥିଲେ ଲୋକେ । ଆଉ ବ୍ରାହ୍ଣଣ ଡକାଇ ଯୁବତୀଙ୍କ ସହିତ ଯୁବକଙ୍କର ବାହାଘର କରାଇଛନ୍ତି । ବ୍ରାହ୍ମଣର ମନ୍ତ୍ର ପାଠ ହୋମ ଭିତରେ ଅଚାନକ ହୋଇଛି ବାହାଘର । ଯାହାକୁ କେବେ ଯୁବକ ଜଣକ କେବେ କଳ୍ପନା ବି କରିନଥିଲେ । ଉଭୟ ସାବାଳକ ଥିବା ଜଣାପଡିଛି । ଆଜି ଉଭୟଙ୍କର କୋର୍ଟ ମ୍ୟାରେଜ୍ କରାଯିବ ବୋଲି ସୂଚନା ମିଳିଛି ।