ଆଜିର ସମୟରେ ସୋସିଆଲ୍ ମିଡିଆ କାହା ପାଇଁ ଭଲ ସାଜୁଥିବା ବେଳେ ଆଉ କାହା ପାଇଁ କାଳ ହୋଇଆସୁଛି । ଗୋଟିଏ ଭୁଲରୁ ଆରମ୍ଭ ହୋଇଯାଉଛି ମୃତ୍ୟୁର ଯାତ୍ରା । ଠିକ୍ ସେହିଭଳି ଏକ ରଙ୍ଗ୍ କଲରୁ ଆରମ୍ଭ ହୋଇଥିଲା ପ୍ରେମ ପରେ ଅନ୍ତରଙ୍ଗ ମୁହୂର୍ତ୍ତ ଏହାପରେ ବିଶ୍ୱାସଘାତକତା ।

Advertisment

publive-image

ରଙ୍ଗ୍ ନମ୍ବରରୁ ପ୍ରେମ। ଏହାପରେ ଫେସ୍ବୁକରେ ପୀରତି। ସ୍ୱଳ୍ପ ସମୟରେ ଅନ୍ତରଙ୍ଗ ବନ୍ଧୁତା ହେବା ପରେ ଅନ୍ତରଙ୍ଗ ମୁହୂର୍ତ୍ତର ଅଶ୍ଳୀଳ ଭିଡ଼ିଓ ଚାଟିଂକୁ ପ୍ରେମିକ କରିଦେଲା ଭାଇରାଲ। ପରିସ୍ଥିତି ଏତେ ସାଙ୍ଘାତିକ ମୋଡ଼ ନେଲା ଯେ ଶେଷରେ ପ୍ରେମିକା ହାରିଲା ଜୀବନ। ଏହି ଘଟଣା ଆଜି ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ନନ୍ଦପୁର ପଞ୍ଚାୟତରେ ଆଲୋଡ଼ନ ଖେଳାଇ ଦେଇଛି। ଏହି ଯୁବତୀ ଜଣକ ୧୯ବର୍ଷ ବୟସ୍କା। ଯୁବତୀଙ୍କ ବିଶ୍ୱାସରେ ବିଷ ଦେଇଥିବା ଯୁବକ ଜଣକ ତାଳଚେର ଅଞ୍ଚଳର ବୋଲି ଜଣାପଡ଼ିଛି। ଝିଅର ଆତ୍ମହତ୍ୟା ପରେ ଯୁବତୀଙ୍କ ବାପା ଥାନାରେ ନିଜେ ଲିଖିତ ଅଭିଯୋଗ କରିଛନ୍ତି। ବନ୍ତଳା ଥାନା ପୁଲିସ ଏକ ମାମଲା ରୁଜୁ କରି ତନାଘନା ଆରମ୍ଭ କରି ଦେଇଛି।