କନକ ବ୍ୟୁରୋ: ପ୍ରେମ ହେଉଛି ଶାଶ୍ୱତ ଆଉ ଚିରନ୍ତନ । ଏଥିରେ ନା ଥାଏ ଜାତି ଧର୍ମ ବିଚାର ନା ବୟସର ତାରତମ୍ୟ । ଏହି କଥାକୁ ସତ ପ୍ରମାଣ କରି ଦେଖାଇଛନ୍ତି ମହାକାଳପଡା ଗୁଳୁଦିଆ ଗାଁର ଏହି ବୃଦ୍ଧ ଦମ୍ପତି । ଗୁଳୁଦିଆର ୬୩ ବର୍ଷୀୟ ଶକ୍ତିପଦ ମିସ୍ତ୍ରୀ ଓ ବଡପାଳର ୬୭ ବର୍ଷୀୟା ତେଜେଶ୍ୱରୀ ମଣ୍ଡଳ , ଏକାଠି ମଜୁରୀ କାମ କରୁଥିଲେ ଆଉ ଏକାଠି କ୍ଷେତରୁ ଧାନ ବି କାଟୁଥିଲେ । ସେବେଠାରୁ ଉଭୟଙ୍କ ମଧ୍ୟରେ ହେଉଥିଲା ସାକ୍ଷାତ । ଏହି ଦେଖାଚାହାଁ ଭିତରେ ଉଭୟଙ୍କ ମଧ୍ୟରେ ଗଢିଉଠିଲା ପ୍ରେମ । ଆଉ କିଛି ଦିନର ପ୍ରେମ ପରେ ଉଭୟେ ଏବେ ପାରମ୍ପରିକ ରୀତିରେ ବିବାହ କରିଛନ୍ତି । ବୟସର ଅପରାହ୍ନରେ ପହଂଚିଥିବା ଏହି ବୃଦ୍ଧ ଦମ୍ପତି ପରିବାର ଲୋକଙ୍କଠାରୁ ନେଇ ସମାଜର ବିରୋଧକୁ ଖାତିର ନକରି ସାତ ଜନମ ପାଇଁ ପରସ୍ପରର ସାଥୀ ହୋଇଛନ୍ତି ।

Advertisment