କନକ ବ୍ୟୁରୋ : ଲଭ, ସେକ୍ସ, ଧୋକା । କଟକ ସହରରୁ ଆସିଲା ଏଭଳି ସମ୍ବେଦନଶୀଳ ଅଭିଯୋଗ । ଜଣେ ନାବାଳିକାଙ୍କ ଅପହରଣ କରିନେବା ପରେ ପର ପୁରୁଷଙ୍କ ସହ ଅନ୍ତରଙ୍ଗ ମୁହୁର୍ତ ବିତାଇବାକୁ ବାଧ୍ୟ କରୁଛି ଅଭିଯୁକ୍ତ । ଆଉ ପରିବାର ଲୋକେ କରିଥିବା ଅପହରଣ ମାମଲା ପ୍ରତ୍ୟାହାର ନକଲେ ଏହାର ଭିଡିଓ ଭାଇରାଲ କରିବାକୁ ଦେଉଛି ଧମକ । ଆଜି କଟକ ଡିସିପିଙ୍କୁ ଭେଟି ନ୍ୟାୟ ପାଇଁ ଅନୁରୋଧ କରିଛନ୍ତି ପୀଡିତାଙ୍କ ପରିବାର ଲୋକେ ।
ସୂଚନା ଅନୁସାରେ , ୪/୫ ମାସ ହେଲା ନାବାଳିକା ଝିଅକୁ ଅପହରଣ କରିନେଇଛି ଖୁଂଟୁଣି ଅଂଚଳର ଜଣେ ଯୁବକ । ବିବାହର ପ୍ରଲ୍ଲୋଭନ ଦେଖାଇ ଅପହରଣ କରିନେବା ପରେ ନଗ୍ନ ଫଟୋ ଉଠାଇ ପରିବାର ଲୋକଙ୍କୁ କରୁଛି ବ୍ଲାକମେଲ । ଥାନାରେ କରିଥିବା ମାମଲା ଉଠାଇ ନେବାକୁ ପକାଉଛି ଚାପ । ଏନେଇ ପରିବାର ଲୋକେ କଟକ ବାଦାମବାଡି ଥାନାରେ ଅଭିଯୋଗ କରିଥିଲେ ସୁଦ୍ଧା ପୋଲିସ ମାମଲା କରିନଥିଲା । ଆଉ ଶେଷରେ ଜଣେ ମାନବାଧିକାର କର୍ମୀଙ୍କ ସହାୟତାରେ ଡିସିପିଙ୍କୁ ଜଣାଇଛନ୍ତି ।
ନାବାଳିକାଙ୍କୁ ଫୁସିଲାଇ ପ୍ରେମ କରିବା ପରେ ଦୈହିକ ସଂପର୍କ ଓ ପୁଣି ଧୋକା । ଏଭଳି ସମ୍ବେଦନଶୀଳ ଘଟଣା ଏବେ କଟକ ସହରରେ ଚର୍ଚ୍ଚାର ବିଷୟ ହୋଇଛି । ସେପଟେ ଅଭିଯୁକ୍ତ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ସହ ଝିଅକୁ ସୁରକ୍ଷିତ ଫରୋଇ ଆଣିବାକୁ ନିବେଦନ କରିଛନ୍ତି ପୀଡିତାଙ୍କ ପରିବାର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/vlcsnap-2017-03-18-20h27m14s974.png)