ହୁଣ୍ଡିରୁ ମିଳିଲା ପ୍ରେମଭରା ଚିଠି । ସମଲେଶ୍ୱରୀଙ୍କ ଭରଷାରେ ପ୍ରେମିକା ! ଟଙ୍କା ଗଣାଯାଉଥିବା ବେଳେ ବାହାରିଲା ପ୍ରେମର ଚିଠି

667

କନକ ବ୍ୟୁରୋ : ଶୁଭ ମନାସୀ ଲୋକ ମନ୍ଦିର ଯାଆନ୍ତି । ଦାନ-ଧର୍ମକରି ପୂର୍ଣ୍ଣ କରିବାର ଅଭିଳାଷା ରଖନ୍ତି । ଆଉ ଏହି କ୍ରମରେ କିଏ ହୁଣ୍ଡିରେ ଦାନ କରେ, ତ ଆଉ କିଏ ଠାକୁର-ଠାକୁରାଣୀଙ୍କ ନିକଟରେ ମାନସିକ ଚଢ଼ାଏ । ଆଜି କିନ୍ତୁ ସମ୍ବଲପୁର ସମ୍ବଲେଶ୍ୱରୀ ମନ୍ଦିରରୁ ଆସିଛି ଭିନ୍ନ ଏକ ଚିତ୍ର । ଏହି ହୁଣ୍ଡିରେ ଦାନ ଆକାରରେ ଟଙ୍କା କି ସୁନା ପଡ଼ିନି । ବରଂ ଦାନବାକ୍ସକୁ ଆସିଛି, ପ୍ରେମର ଚିଠି ।

ହୁଣ୍ଡିରୁ ମିଳିଲା ପ୍ରେମର ଚିଠି । ସମଲେଶ୍ୱରୀଙ୍କ ଭରସାରେ ପ୍ରେମିକା  ! ସବୁଥର ଭଳି ଏଥରର ବି ଚିରାଚରିତ ଢ଼ଙ୍ଗରେ ଖୋଲିଥିଲା, ସମ୍ବଲପୁରର ଇଷ୍ଟଦେବୀ ସମଲେଶ୍ୱରୀ ମନ୍ଦିରର ହୁଣ୍ଡି । ହେଲେ ଏଥରର ହୁଣ୍ଡିରୁ ସାମ୍ନାକୁ ଆସିଥିଲା ଏକ ଭିନ୍ନ ଚିତ୍ର । ହୁଣ୍ଡିରୁ ଦାନ ଟଙ୍କା ତ’ ବାହାରିଲା, କିନ୍ତୁ ତା’ ସହିତ ବାହାରିଥିଲା ପ୍ରେମର ଚିଠି । ଏହି ଚିଠିରେ କ’ଣ ଲେଖା ରହିଛି ପ୍ରଥମେ ଦେଖନ୍ତୁ ।

‘ସଞ୍ଜୀବ ଓ ମୋର ସମ୍ପର୍କକୁ ନେଇ କେବେ କିଛି ଭୁଲ ବୁଝାମଣା ନହେଉ । ଅତିଶୀଘ୍ର ସବୁ ସମସ୍ୟା ସୁଧୁରି ଆମେ ଦୁଇ ଜଣଙ୍କର ଯେମିତି ବାହାଘର ହୋଇଯାଉ ।’

ହୁଣ୍ଡିରେ ଏହି ଚିଠି ପକାଇଥିବା ଯୁବତୀ ଜଣକ ନିଜ ପ୍ରେମ କାହାଣୀକୁ ନିର୍ଣ୍ଣାୟକ ମୋଡ଼ରେ ପହଂଚାଇବା ପାଇଁ ମା’ ସମଲେଶ୍ୱରୀଙ୍କ ନିକଟରେ ଗୁହାରୀ କରୁଛନ୍ତି । ଏମିତି କି ଚିଠିଟି ଲାଲ୍ ସ୍ୟାହିରେ ଲେଖାଯାଇଛି । ଆଉ ଏଭଳି ଏକ ଚିଠି ଦେଖି ମନ୍ଦିର ପ୍ରଶାସନ ବି ତାଜୁବ୍ । ହୁଣ୍ଡିରେ ଆଉ ଜଣେ ବ୍ୟକ୍ତି ଚିଠିରେ କ’ଣ ଲେଖିଛନ୍ତି ଦେଖି ନିଅନ୍ତୁ ।

‘ଏ ମାସ ଶେଷ ସୁଦ୍ଧା ଅଟକି ରହିଥିବା ସବୁ ଟଙ୍କା ଚାଲିଆସୁ । ମା’ ତୁମ ପାଖରେ ମୁଁ ଆଭାରି ରହିବି ।’

ଏଭଳି ଏକାଧିକ ଚିଠି ସମ୍ବଲପୁରର ସମଲେଶ୍ୱରୀ ମନ୍ଦିର ହୁଣ୍ଡିରୁ ବାହାରିଛି । ଯାହାକୁ ନେଇ ସମ୍ବଲପୁର ଅଂଚଳରେ ଏବେ ବେଶ ଚର୍ଚ୍ଚା ହେଉଛି ।