ଲଭ୍ ଜିହାଦ ରୋକିବାକୁ ଯୋଗୀ ସରକାରଙ୍କ କଡା ପଦକ୍ଷେପ : ଛଳନା ବିବାହ ଓ ଧର୍ମାନ୍ତରୀକରଣ ବିରୋଧୀ ଅଧ୍ୟାଦେଶକୁ ୟୁପି କ୍ୟାବିନେଟର ଅନୁମୋଦନ

ଦୋଷ ସାବ୍ୟସ୍ତ ହେଲେ ସର୍ବାଧିକ ୧୦ ବର୍ଷ ଜେଲ, ୫୦ ହଜାର ଟଙ୍କା ଜରିମାନା

118

କନକ ବ୍ୟୁରୋ : ଲଭ ଜିହାଦ ବିରୋଧରେ କଠୋର ଆଇନ ଆଣିବାକୁ ଯାଉଛନ୍ତି ଉତର ପ୍ରଦେଶ ସରକାର । ଏସଂପର୍କିତ ଏକ ଅଧ୍ୟାଦେଶକୁ ମଙ୍ଗଳବାର ଅନୁମୋଦନ କରିଛି ଯୋଗୀ କ୍ୟାବିନେଟ୍ । ବିଜେପିର ଅତି କଠୋର ହିନ୍ଦୁବାଦୀ ଚେହେରା ଭାବରେ ଜଣାଶୁଣା ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ତେଣୁ ବିବାହ ନାଁରେ ହିନ୍ଦୁ ମାନଙ୍କ ଧର୍ମ ପରିବର୍ତନ ଉପରେ ରୋକ ଲଗାଇବା ପାଇଁ ଏଭଳି ଏକ କଠୋର ଆଇନ ଆଣିବାକୁ ଯାଉଛନ୍ତି ଯୋଗୀ ସରକାର । ଏହି ଆଇନରେ ଧର୍ମନ୍ତରୀକରଣ ପାଇଁ ୧ରୁ ୫ବର୍ଷ ଯାଏଁ ଜେଲ ଦଣ୍ଡାଦେଶ ସହିତ ୧୫ ହଜାର ଟଙ୍କା ଜୋରିମାନା ବ୍ୟବସ୍ଥା କରାଯାଇଛି ।

ଏପରିକି ସମୁହ ଧର୍ମାନ୍ତରୀକରଣ ପାଇଁ ସର୍ବାଧିକ ୧୦ ବର୍ଷ ଯାଏଁ ଜେଲ ଓ ୫୦ ହଜାର ଟଙ୍କା ଜୋରିମାନା ବ୍ୟବସ୍ଥା ରହିଛି । ବିଜେପି ଶାସିତ ରାଜ୍ୟ ହରିଆଣା ଓ ମଧ୍ୟପ୍ରଦେଶରେ ମଧ୍ୟ ସମାନ ଢଙ୍ଗରେ ବିବାହ ନାଁରେ ଧର୍ମାନ୍ତରୀକରଣ ଉପରେ ରୋକ ଲଗାଇବାକୁ କଡା ଆଇନ ଆଣିବାକୁ ଯୋଜନା ରହିଛି । ବିଶେଷ କରି ହିନ୍ଦୁ ମହିଳାମାନଙ୍କ ଧର୍ମ ପରିବର୍ତନ କରି ମୁସଲମାନ ପରିବାରରେ ବିହାହ କରାଯାଉଥିବାରୁ ଏହାକୁ ଲଭ ଜିହାଦ ଆଖ୍ୟା ଦେଉଛନ୍ତି ହିନ୍ଦୁବାଦୀ । ଏହି ଲଭ ଜିହାଦ ଉପରେ ଅଙ୍କୁଶ ଲଗାଇବା ପାଇଁ ପଦକ୍ଷେପ ନେଇଛନ୍ତି ଯୋଗୀ ସରକାର ।