କନକ ବ୍ୟୁରୋ: କଥାରେ ଅଛି ପ୍ରେମମାନେ ନାହିଁ ବାଧା ବନ୍ଧନ । ଯାହାର ନିଛକ ଉଦାହରଣ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ସଦର ଥାନା ପରିସରରେ । ପରିବାର ଲୋକଙ୍କ ବାରଣ ସତ୍ୱେ ଥାନାରେ ହାତକୁ ଦିହାତ ହୋଇଛନ୍ତି ପ୍ରେମୀଯୁଗଳ । ଥାନା ଭିତରେ କର୍ମଚାରୀଙ୍କ ଉପସ୍ଥିତିରେ ଉଭୟ ଫୁଳମାଳ ଅଦଳବଦଳ କରି ପରସ୍ପରକୁ ସାତ ଜନମର ସାଥୀ କରିଛନ୍ତି ।

Advertisment

ସୂଚନା ଅନୁସାରେ ଦୁଇବର୍ଷ ପୂର୍ବେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା । ପରିବାର ଲୋକେ ତାଙ୍କ ସମ୍ପର୍କକୁ ସ୍ୱୀକୃତି ନଦେବାରୁ ଦୁହେଁ ଘରୁ ଲୁଚି ଛପି ଚାଲିଯିବାକୁ ଚେଷ୍ଟାକରି ବିଫଳ ହୋଇଥିଲେ । ଏହା ପରେ ପ୍ରେମିକ ଜଣଙ୍କ ଲୁଚିବାରୁ କେନ୍ଦ୍ରାପଡ଼ା କପାଳେଶ୍ୱର ଗାଁରେ ପ୍ରେମିକଙ୍କ ଘର ଆଗରେ ଧାରଣାରେ ବସିରହିଥିଲେ ପ୍ରେମିକା । ଏନେଇ ସଦର ଥାନା ଅଧିକାରୀ ଘଟଣା ସ୍ଥଳରେ ପହଂଚି ପ୍ରେମି ଯୁଗଳଙ୍କୁ ସଦର ଥାନାକୁ ଆଣିଥିଲେ । ଆଜି ଦୁଇ ପରିବାରଙ୍କୁ ବୁଝା ସୁଝା ପରେ ଥାନାରେ ବାହାଘର ଅନୁଷ୍ଠିତ ହୋଇଛି ।