ପ୍ରେମରେ ପଡିଲେ ରବି ଶାସ୍ତ୍ରୀ । ଅଭିନେତ୍ରୀ ନିମ୍ରତ କୌରଙ୍କ ପ୍ରେମରେ ଶାସ୍ତ୍ରୀ ପଡିଥିବା ନେଇ ଚାରିଆଡେ ଚର୍ଚ୍ଚା, ୧୦ ବର୍ଷ ହେବ ପତ୍ନୀଙ୍କଠାରୁ ଅଲଗା ରହୁଛନ୍ତି ରବି

ପ୍ରେମରେ ପଡିଲେ ରବି ଶାସ୍ତ୍ରୀ । ଅଭିନେତ୍ରୀ ନିମ୍ରତ କୌରଙ୍କ ପ୍ରେମରେ ଶାସ୍ତ୍ରୀ ପଡିଥିବା ନେଇ ଚାରିଆଡେ ଚର୍ଚ୍ଚା, ୧୦ ବର୍ଷ ହେବ ପତ୍ନୀଙ୍କଠାରୁ ଅଲଗା ରହୁଛନ୍ତି ରବି

କନକ ବ୍ୟୁରୋ : ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ନେଇ ଚାରିଆଡ଼େ ଚର୍ଚା। ବିରାଟ-ଅନୁଷ୍କାଙ୍କ ଭଲ ପାଇବା ଦେଶର ଲକ୍ଷ ଲକ୍ଷ ପ୍ରେମିକ-ପ୍ରେମିକାଙ୍କ ପାଇଁ ଆଦର୍ଶ। ଏଭଳି ସ୍ଥିତିରେ ଭାରତୀୟ କ୍ରିକେଟ୍ ଦଳ ସହ ସଂପର୍କିତ ଆଉ ଏକ ପ୍ରେମ ସଂପର୍କ ଏବେ ପଦାକୁ ଆସିଛି। ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ତଥା ପୂର୍ବତନ ଅଧିନାୟକ ୫୬ ବର୍ଷୀୟ ରବି ଶାସ୍ତ୍ରୀ ତାଙ୍କଠାରୁ ୨୦ ବର୍ଷ ସାନ ଅଭିନେତ୍ରୀ ନିମ୍ରତ କୌର (୩୬)ଙ୍କ ପ୍ରେମରେ ଉବୁଟୁବୁ ହେଉଥିବା ଜଣାପଡ଼ିଛି। ଖବର ମୁତାବକ ପତ୍ନୀ ରିତୁଙ୍କଠାରୁ ଦୀର୍ଘ ଏକ ଦଶନ୍ଧି ହେବ ଅଲଗା ହୋଇ ସାରିଥିବା ଶାସ୍ତ୍ରୀ ଗତ ଦୁଇ ବର୍ଷ ହେବ ନିମ୍ରତଙ୍କ ସହ ସଂପର୍କ ଯୋଡ଼ିଛନ୍ତି। ତେବେ ନିଜ ସଂପର୍କକୁ ଉଭୟ ଗୋପନ ରଖିଛନ୍ତି।

publive-imageଉଭୟ ଅବଶ୍ୟ ମିଳିତ ଭାବେ ୨୦୧୫ରୁ ଏକ ନିର୍ଦିଷ୍ଟ ଅଟୋମୋବାଇଲ୍ କମ୍ପାନିର ପ୍ରଚାର ପ୍ରସାର କରୁଥିବା ଅନେକ ସମୟରେ ଦେଖିବାକୁ ମିଳୁଛି। ଶାସ୍ତ୍ରୀ ନିଜ ଯୁବକ ସମୟରେ ବଲିଉଡ୍ ଅଭିନେତ୍ରୀ ଅମ୍ରିତା ସିଂହଙ୍କ ପ୍ରେମରେ ପଡ଼ିଥିଲେ। ଏପରିକି ଉଭୟଙ୍କର ନିର୍ବନ୍ଧ ହୋଇ ସାରିଥିଲା। ହେଲେ କିଛି ବର୍ଷ ପରେ ଅମ୍ରିତାଙ୍କଠାରୁ ଅଲଗା ହୋଇ ଯାଇ ସେ ରିତୁଙ୍କୁ ବିବାହ କରି ନେଇଥିଲେ। ନିମ୍ରତ ଏୟାର ଲିଫ୍ଟ, ଦି ଲଞ୍ଚ୍ ବକ୍ସ ଭଳି ଲୋକପ୍ରିୟ ଚଳଚ୍ଚିତ୍ରରେ ଅଭିନୟ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ଶାସ୍ତ୍ରୀ କ୍ରିକେଟରୁ ଅବସର ନେବା ପରେ ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ସଂପ୍ରତି ଲଣ୍ଡନରେ ଅଛନ୍ତି। ଏହି ଖବରକୁ କିନ୍ତୁ ନିମ୍ରତ ଖଣ୍ଡନ କରିଛନ୍ତି। ଏହା ଏକ ଗୁଜବ ବୋଲି ସେ ମତ ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe