ପ୍ରେମ ସପ୍ତାହରେ ପ୍ରେମୀ ଯୁଗଳଙ୍କ ମୃତ୍ୟୁ । ପମ୍ପ ହାଉସ ନିକଟରେ ଝୁଲିଛି ପ୍ରେମୀ ଯୁଗଳଙ୍କ ମୃତଦେହ ।

345

କନକ ବ୍ୟୁରୋ: ପ୍ରେମ ସପ୍ତାହରେ ପ୍ରେମୀ ଯୁଗଳଙ୍କ ମୃତ୍ୟୁ । ନବରଙ୍ଗପୁର ଉମରକୋଟ ବୁର୍ଜା ଗାଁର ପମ୍ପ ହାଉସରେ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ବିବାହ ପାଇଁ ସାମଜିକ ସ୍ୱୀକୃତି ନମିଳିବାରୁ ଦୁଇ ଜଣ ଆତ୍ମହତ୍ୟା କରିଥିବା ଜଣାପଡିିଛି । ଯୁବକ ଜଣକ ପୂଜାରୀଗୁଡା ପମ୍ପ ହାଉସରେ କାମ କରୁଥିବା ବେଳେ ଯୁବତୀ ଜଣକ ନିକଟ କୁର୍ସୀ ଗାଁର ବୋଲି ଜଣାପଡିଛି । ଉଭୟ ପ୍ରେମ କରୁଥିବା ବେଳେ ସମାଜ ସାଜିଥିଲା ପ୍ରତିବନ୍ଧକ । ପରିବାର ବିରୋଧ କରିବାରୁ ଭୟରେ ଉଭୟ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ ଉମରକୋଟ ପୁଲିସ ପହଞ୍ଚିି ମୃତଦେହ ଉଦ୍ଧାର କରିବା ସହ ଘଟଣାର ଛାନଭିନ୍ କରୁଛି ।