ଆଜି ବି ପାଣି ପାଇଁ ଲଟେରି । କାଲି କନକ ନ୍ୟୁଜରେ ପ୍ରତିଶ୍ରୁତି ଦେଇଥିଲେ ବିଜେଡି ମୁଖପାତ୍ର । କହିଥିଲେ, ରାତି ପାହିଲେ ହୋଇଯିବ ସମସ୍ୟାର ସମାଧାନ ।

200

କନକ ବ୍ୟୁରୋ: ଖରା ବଢୁଛି, ଜଳ କଷ୍ଟ ବି ବଢୁଛି । ସାରା ରାଜ୍ୟରୁ ପାଣି ସମସ୍ୟା ସଂପର୍କୀତ ଖବର ଆସୁଛି । ଏହିକ୍ରମରେ ଗଂଜାମ ଜିଲ୍ଲା ଛତ୍ରପୁରରୁ ଆସିଥିଲା ଏକ ଅଜବ ଚିତ୍ର । ଗତକାଲି ମନୋରଂଜନ ମିଶ୍ର ଲାଇଭ କାର୍ଯ୍ୟକ୍ରମରେ ପାଣି ପାଇଁ ଲଟେରି ହେଉଥିବା ଖବର ନେଇ ବିତର୍କ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଜେଡି ମୁଖପାତ୍ର ତମ୍ବୁନାଥ ପଣ୍ଡା ସାମିଲ ହୋଇ ଜଳକଷ୍ଟ ଦୂର ହୋଇଯିବ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଥିଲେ । କହିଥିଲେ ରାତି ପାହିଲେ ପିଇବା ପାଣି ସମସ୍ୟାର ସମାଧାନ ହୋଇଯିବ ।

ଗତକାଲି ଖବର ପ୍ରସାରଣ ହେବା ପରେ ଆଜି ସଂପୃକ୍ତ ଅଂଚଳରେ ଏକ ପାଣି ଟାଂକି ପହଂଚିଛି । ଲୋକଙ୍କୁ ପାଣି ଯୋଗାଇ ଦିଆଯାଇଛି । କିନ୍ତୁ ଲୋକେ ଆଜି ବି ପାଣି ପାଇଁ ସେହି ଅସ୍ଥାୟୀ ଷ୍ଟାଂଡ ପୋଷ୍ଟ ଉପରେ ନିର୍ଭର କରୁଛନ୍ତି । ଆଉ ଲଟେରି ବ୍ୟବସ୍ଥା ଜାରି ରହିଛି । ଶୃଙ୍ଖଳିତ ଭାବେ ପାଣି ନେବା ପାଇଁ ଏହି ଲଟେରି ବ୍ୟବସ୍ଥା ଜାରି ରହିବା ବୋଲି କହିଛନ୍ତି ସ୍ଥାନୀୟ ଲୋକେ ।