ବନ୍ଧା ହେଲେ ୭ ନକଲି ପୁଲିସ: ପୁଲିସ ଓ ସ୍ପେଶାଲ ବ୍ରାଞ୍ଚର ପରିଚୟ ଦେଇ ଲୁଟୁଥିଲେ

131

କନକ ବ୍ୟୁରୋ: କମିଶନରେଟ୍ ପୁଲିସ ହାତରେ ନକଲି ପୁଲିସ । ନିଜକୁ କେତେବେଳେ ପୁଲିସ ଅଧିକାରୀ ତ କେତେବେଳେ କ୍ରାଇମବ୍ରାଂଚ ଅଧିକାରୀ କହି ଲୋକଙ୍କ ଠାରୁ ଲୁଟୁଥିଲେ ଟଙ୍କା, ସୁନାଗହଣା । ଗତ ୩ ମାସରେ ରାଜଧାନୀରେ ୧୧ଟି ଘଟଣା ଘଟାଇଛନ୍ତି । ଏହି ଗ୍ୟାଙ୍ଗର ଏବେ ୭ଜଣ ନକଲି ପୁଲିସ ଅଧିକାରୀଙ୍କୁ ଗିରଫ କରିଛି କମିଶନରେଟ୍ ପୁଲିସ । କେବଳ ଭୁବନେଶ୍ୱର ନୁହେଁ, ବାହାର ରାଜ୍ୟ ପାଇଁ ମଧ୍ୟ ଏମାନେ ଥିଲେ ମୋଷ୍ଟ ୱାଂଟେଡ । ମୁମ୍ବାଇ, ରାଂଚି, ପଶ୍ଚିମବଙ୍ଗ, ବିହାର, ଉତରପ୍ରଦେଶ, ଝାଡ଼ଖଣ୍ଡ, ଛତିଶଗଡ଼ ଭଳି ରାଜ୍ୟରେ ଲୁଟ୍ କରିବାର ନୂଆ ନୂଆ ତରିକା ଆପଣାଇଥିଲା ଏହି ଗ୍ୟାଙ୍ଗ । ସୁନା ଆଉ କିଏ ଲୁଟି ନେବ କହି ଲୋକଙ୍କ ଠାରୁ ଗହଣା କାଢ଼ି ନେଉଥିଲେ । ଏବଂ ପାଖରେ ଥିବା ଏକ ପୁଡ଼ିଆକୁ ଧରାଇ ଦେଇ ସବୁ ଲୁଟି ନେଉଥିଲେ । ଏବେ ଏହି ଗ୍ୟାଙ୍ଗ କମିଶନରେଟ୍ ପୁଲିସ କବ୍୍ଜାରେ । ସେମାନଙ୍କ ନିକଟରୁ ସାଢ଼େ ୩ଲକ୍ଷ ଟଙ୍କା ଏବଂ ୬ ଲକ୍ଷ ଟଙ୍କାର ସୁନାଗହଣା ଜବତ କରିଛି ପୁଲିସ ।