କନକ ବ୍ୟୁରୋ: ପୁଲିସ ଘରୁ ଚୋରି  । ଖୋଦ୍ ପୁଲିସ ଘରୁ ଝରକା ଗ୍ରୀଲ ତାଡି ସୁନା ଗହଣା ଲୁଟି ନେଇଛନ୍ତି ଲୁଟେରା । ଖୋର୍ଦ୍ଧା ବେଗୁନିଆ ଥାନା ଅଂଚଳରେ ଦିନକୁ ଦିନ ଲୁଟ ତରାଜ ବଢିଚାଲିଥିବା ବେଳେ ଅଭିଯୁକ୍ତ ପାଖରେ ପହଂଚିପାରୁନି ପୁଲିସ । ସେହିଭଳି ବେଗୁନିଆରେ ଜଣେ ପୁଲିସଙ୍କ ଘରୁ ଲୁଟେରା କଳାକନା ବୁଲାଇଛନ୍ତି । ଘରେ କେହି ନଥିବା ବେଳେ ଏହାର ସୁଯୋଗ ନେଇ ଝରକା ଗ୍ରୀଲ ତାଡି ଲୁଟେରା ଘର ଭିତରକୁ ପ୍ରବେଶ କରିଥିଲେ । ଗଡରେଜର ସିକ୍ରେଟ ଚାବିରେ ଘରୁ ସମସ୍ତ ସୁନାଗହଣା ସହ ଟଙ୍କା ନେଇ ଫେରାର ହୋଇଛନ୍ତି । ଯାହାକୁ ନେଇ ଥାନାରେ ଏତଲା ଦିଆଯାଇଛି । ଘଟଣା ସ୍ଥଳରେ ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।

Advertisment