କନକ ବ୍ୟୁରୋ : ଚୋର ନେଇଗଲେ ଝିଅ ବାହାଘର ସୁନା। ଝରକା ତାଡ଼ି ଘରେ ପଶିଲେ, ଟ୍ରଙ୍କ ତାଲା ଭାଙ୍ଗି ସବୁ ନେଇଗଲେ। ଗୋଟିଏ ରାତିରେ ୩ଟି ଲୁଟ। ପୁଲିସ ଅବହେଳାକୁ ଦାୟୀ କଲେ ଅଞ୍ଚଳବାସୀ। ଗତ କିଛିଦିନ ଧରି କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରେ ବଢ଼ି ଚାଲିଛି ଲୁଟପାଟ୍।ଦୁର୍ବୁତ୍ତ ମାନେ ଖୁଲମଖୁଲା ବାଙ୍କୀ ପୋଲିସକୁ ଚ୍ୟାଲେଞ୍ଜ ଦେଇ ଗୋଟିଏ ପରେ ଗୋଟିଏ ଲୁଟ କରି ଚାଲିଛନ୍ତି। ଗତ ୧୫ଦିନ ଭିତରେ ୫ଟି ସ୍ଥାନରୁ ଚୋରି ହୋଇଥିବା ବେଳେ ପୋଲିସର ନିଷ୍କ୍ରିୟତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଅଞ୍ଚଳବାସୀ।
ବାଙ୍କୀରେ ସକ୍ରିୟ ହୋଇ ଉଠିଛନ୍ତି ଅପରାଧୀ। ଚୋରି, ଡକାୟତି ଓ ଲୁଟ ଭଳି ଘଟଣା ବାଙ୍କୀ ପୋଲିସ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛି। ଗତକାଲି ରାତିରେ ବରହମପୁରା ଗାଁର ସ୍ୱର୍ଣ୍ଣଲତା ସାହାଣୀଙ୍କ ଘରେ ପଶି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୁତ୍ତ। ଝିଅ ବାହାଘର ପାଇଁ ଜାଗା ବିକ୍ରି ସୁନାଗହଣା କିଣିଥିଲେ ସ୍ୱର୍ଣ୍ଣଲତା। ମାସେ ପରେ ଝିଅ ବାହାଘର ହୋଇଥାନ୍ତା। ସେଥିପାଇଁ ସୁନାଗହଣା କିଣି ଘରେ ରଖିଥିଲେ। କାଲି ବିଳମ୍ବିତ ରାତିରେ ଦୁର୍ବୁତ୍ତ ମାନେ ଝରକା ତାଡି ଘରେ ପଶି ସବୁ ନେଇଯାଇଛନ୍ତି। ବାଙ୍କୀ ପୋଲିସ ସିସିଟିଭି ଯାଞ୍ଚ କରି ତଦନ୍ତ ଜାରି ରଖିଛି। ଏଭଳି ପରିସ୍ଥିତିରେ କେମିତି ଝିଅ ବାହାଘର କରିବେ ସେନେଇ ଦୁଃଖରେ ଭାଙ୍ଗି ପଡିଛନ୍ତି ସ୍ୱର୍ଣ୍ଣଲତା। ନିସ୍ତିପୁର ସମେତ ବରହମପୁରାର ୩ଟି ସ୍ଥାନରୁ ସେହି ସମାନ ଢଙ୍ଗରେ ଝରକା ତାଡି ଦୁର୍ବୁତ୍ତମାନେ ଲୁଟ କରିଥିବା ଅଭିଯୋଗ ହୋଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/07/74.jpg)