ରାସ୍ତା କଡରେ ଗଦା ହୋଇଛି କୁଢ଼ କୁଢ଼ ଅଳିଆ ଆବର୍ଜନା : ଦୁର୍ଗନ୍ଧରେ ଫାଟୁଛି ୧୫୦ ବର୍ଷ ପୁରୁଣା ପୌରସଂସ୍ଥା କେନ୍ଦ୍ରାପଡାର ହଜାରି ବଗିଚା

କର୍ମଚାରୀ ଓ ସ୍ଥାନୀୟ ଲୋକ ମୁହାୁଁମହିଁ

160

କନକ ବ୍ୟୁରୋ :୧୫୦ ବର୍ଷର ପୌରସଂସ୍ଥା କିନ୍ତୁ ଅଳିଆ ଆବର୍ଜନା ପାଇଁ ପ୍ରସିଦ୍ଧ । ଯାହାକୁ ନେଇ ତୀବ୍ର ଅସନ୍ତୋଷ ଦାନା ବାନ୍ଧୁଛି । ଏଣେ ତେଣେ ପଡିଛି କୁଢ଼ କୁଢ଼ ଅଳିଆ ଆବର୍ଜ୍ଜନା । ଦୁର୍ଗନ୍ଧରେ ଫାଟି ପଡୁଛି ସମଗ୍ର ଅଂଚଳ । ରାସ୍ତାରେ ଯିବା ଆସିବା କଷ୍ଟକର ହୋଇପଡିଛି । ଏ ହେଉଛି କେନ୍ଦ୍ରାପଡା ପୌରସଂସ୍ଥାର ହଜାରି ବଗିଚା ଅଂଚଳର ଦୃଶ୍ୟ । ଏଠାରେ ରହିଛି ପୌରସଂସ୍ଥାର କମ୍ପୋଷ୍ଟ ଖତ କାରଖାନା ।

ସହର ଯାକର ଅଳିଆକୁ ଏଠିକୁ ଅଣାଯାଇ କମ୍ପୋଷ୍ଟ ପ୍ରସ୍ତୁତ କରିବା କଥା । କିନ୍ତୁ ଅଳିଆକୁ ରାସ୍ତା କଡରେ, ନଦୀ ବନ୍ଧ କଡରେ ଗଦା କରି ଦେଉଛନ୍ତି ପୌରସଂସ୍ଥା କର୍ମଚାରୀ । ଯାହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ପୌରସଂସ୍ଥା କର୍ମଚାରୀ ଓ ସ୍ଥାନୀୟ ଲୋକେ । ଏହି ରାସ୍ତା ଦେଇ ପୌରସଂସ୍ଥା ଓ ପାଂଚଟି ପଂଚାୟତର ଲୋକ ଯାତାୟତ କରିଥାନ୍ତି । ହେଲେ ସମସ୍ୟାର ସମାଧାନ ପାଇଁ ବାରମ୍ବାର ଦାବି ସତ୍ୱେ ସମସ୍ୟାର ସମାଧାନ ହୋଇପାରିନାହିଁ । ୧୫୦ ବର୍ଷର ପୌରସଂସ୍ଥାର ଏଭଳି ଅବସ୍ଥାକୁ ନେଇ ସ୍ଥାନୀୟ ଅଂଚଳରେ ତେଜୁଛି ଅସନ୍ତୋଷ ।